www.samajalive.in
Friday, December 5, 2025
17.1 C
Bhubaneswar

କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, କେନ୍ଦ୍ରକୁ କଡ଼ା ଭର୍ତ୍ସନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାଗୁ କରିଥିବା ୩ଟି ଯାକ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। କୃଷି ଆନ୍ଦୋଳନ ସହ ଜଡ଼ିତ ସମସ୍ତ ପିଟିଶନ ଉପରେ ସୋମବାର  ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଯଦି ଆପଣଙ୍କଠାରେ ବୁଝିବା କ୍ଷମତା ରହିଛି, ତେବେ ଆପଣ ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ ନ କରନ୍ତୁ ବୋଲି ପ୍ରଧାନ ବିଚାରପତି ଏସ.ଏ. ବୋବଡେ ସରକାରଙ୍କୁ କହିଛନ୍ତି।

Image Courtesy: Amar ujala

ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠରେ ପ୍ରଧାନ ବିଚାରପତିଙ୍କ ସମେତ ବିଚାରପତି ଏସ. ଏସ. ବୋପାନ୍ନା ଏବଂ ଜଷ୍ଟିସ ଭି. ସୁବ୍ରମଣ୍ୟମ ସାମିଲ ଥିଲେ। ଖଣ୍ଡପୀଠ ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କୁ କହିଛନ୍ତି, ଆପଣ ଏହି ଆଇନଗୁଡ଼ିକ ଉପରେ ରୋକ ଲଗାନ୍ତୁ, ନଚେତ ଆମେ ରୋକ ଲଗାଇବୁ। ତେବେ ପିଟିଶନ ଦାଖଲ କରିଥିବା ଓକିଲ କେବଳ ଆଇନର ବିବାଦୀୟ ଅଂଶ ଉପରେ ରୋକ୍‌ ଲଗାଇବାକୁ କହିଥିଲେ। କିନ୍ତୁ କୋର୍ଟ କହିଥିଲେ ଯେ, ନାଁ, ଆମେ ପୁରା ଆଇନ ଉପରେ ରୋକ ଲଗାଇବୁ।

- Advertisement -

କୋର୍ଟ ଆହୁରି କହିଥିଲେ ଯେ, କୃଷି ଆଇନକୁ ନେଇ ସରକାର ଏବଂ କୃଷକଙ୍କ ମଧ୍ୟରେ ଯେଉଁପରି ଆଲୋଚନା ଚାଲିଛି ତାହାକୁ ନେଇ ଆମେ ବହୁତ ନିରାଶ। ଦେଶବାସୀ ଆଇନ ବିରୋଧରେ ବିଦ୍ରୋହ କରୁଛନ୍ତି। ଆମେ ବର୍ତ୍ତମାନ ଏହି ଆଇନଗୁଡ଼ିକୁ ନିରସ୍ତ୍ର କରିବା କଥା କହୁନାହୁଁ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥିତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଥିଲେ, ଆମେ ଜାଣିନୁ ଯେ ଆପଣ ସମାଧାନର ଅଂଶ ନା ସମସ୍ୟାର ଅଂଶ। ଆମେ କମିଟି ଗଠନ କରିବାକୁ ଯାଉଛୁ, ଯଦି କାହାର କିଛି ଆପତ୍ତି ଅଛି ସେ କହିପାରିବେ। ସମସ୍ତ ଆଦେଶ ଗୋଟିଏ ଶୁଣାଣି ସମୟରେ ଦିଆଯାଇ ପାରିବ ନାହିଁ। ସରକାର ଏହାକୁ ଉଚିତ ଢଙ୍ଗରେ ସମ୍ଭାଳି ନାହାନ୍ତି, ଆମକୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ।

Image Courtesy: PTI

ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, ଆମ ପାଖରେ ଏମିତି ଗୋଟିଏ ହେଲେ ପିଟିଶନ ନାହିଁ, ଯେଉଁଥିରେ କୃଷି ଆଇନ କୃଷକଙ୍କ ହିତରେ ହୋଇଛି ବୋଲି କୁହାଯାଇଛି। ଏହା ସହିତ କୋର୍ଟ ଟିପ୍ପଣୀ କରି କହିଛନ୍ତି, କୃଷକମାନେ ନାଗରିକଙ୍କ ପାଇଁ ରାସ୍ତା ଛାଡ଼ିବେ କି ? ଆମେ ସମାଧାନର ରାସ୍ତା ବାହାର କରିବାକୁ ଚାହୁଁଛୁ। କେନ୍ଦ୍ର ସରକାର ସବୁ ଦାୟିତ୍ବ ନେବା ଉଚିତ। କେନ୍ଦ୍ର ସରକାର ଆଇନ ଆଣୁଛନ୍ତି ଏବଂ ଏହାକୁ ଭଲ ଭାବେ କରିପାରିଥାନ୍ତେ। କିଛି ତ୍ରୁଟି ହୋଇଗଲେ ସେସବୁ ପାଇଁ ଦାୟୀ ଆମେ ହେବ।। ଆମେ ଚାହୁଁନାହୁଁ ଆମ ହାତ କାହା ରକ୍ତରେ ରଞ୍ଜିତ ହେଉ।

କୋର୍ଟ କୃଷକଙ୍କୁ କହିଥିଲେ ଯେ, ଆମେ ଆଇନ ଉପରେ ରୋକ୍‌ ଲଗାଇପାରିବୁ ଏବଂ ଆପଣ ଆପଣଙ୍କ ଆନ୍ଦୋଳନ ଜାରି ରଖିପାରିବେ। ଆପଣ ବିଶ୍ବାସ କରନ୍ତୁ କି ନ କରନ୍ତୁ, କିନ୍ତୁ ଆମେ ଦେଶର ସୁପ୍ରିମକୋର୍ଟ ଏବଂ ଆମେ ନିଜ କର୍ତ୍ତବ୍ୟ କରିବୁ। ତେବେ ସରକାରଙ୍କ ଓକିଲ ତଥା ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଥିଲେ, ଅଦାଲତମାନଙ୍କର ଇତିହାସ ରହିଛି ଯେ, ସେ ଆଇନ ଉପରେ ରୋକ ଲଗାଇ ପାରିବେ ନାହିଁ। କୋର୍ଟ ସେପର୍ଯ୍ୟନ୍ତ ସଂସଦର ଆଇନ ଉପରେ ରୋକ ଲଗାଇପାରିବେ ନାହିଁ, ଯେପର୍ଯ୍ୟନ୍ତ ଆଇନ ସଂସଦର କ୍ଷମତା ବିନା ପାରିତ ହୋଇଛି ଏବଂ ତାହା ମୌଳିକ ଅଧିକାରର ଉଲ୍ଲଂଘନ ନ କରୁଛି।

ଏହା ଉପରେ ଜବାବ ଦେଇ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, ଆମେ ଆଇନ ଉପରେ ରୋକ ଲଗାଉ ନାହୁଁ, କିନ୍ତୁ ଆଇନର କାର୍ଯ୍ୟକାରିତା ଉପରେ ରୋକ୍‌ ଲଗାଉଛୁ। କୋର୍ଟ ଆଇନର କେଉଁ ଅଂଶର କାର୍ଯ୍ୟକାରିତା ଉପରେ ରୋକ୍‌ ଲଗାଇବେ ବୋଲି ଆଟର୍ନି ଜେନେରାଲ ପ୍ରଶ୍ନ କରିବାରୁ କୋର୍ଟ କହିଥିଲେ ତାହା ଆମେ ଦୋହରାଇବାକୁ ଚାହୁଁ ନାହୁଁ। କିନ୍ତୁ କୋର୍ଟ ଆଇନ ଉପରେ ରୋକ ଲଗାଉନାହାନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories