www.samajalive.in
Saturday, December 6, 2025
15.1 C
Bhubaneswar

ପାଉଁଶକୁଲି ବରିଷ୍ଠ ନାଗରିକ ମଂଚର ବୈଠକ 

ରାଜଘାଟ : ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଲି ରାଧାନାଥ ଉଚ୍ଚ ବିଦ୍ୟାଳୟ ପରିଷରରେ ଥିବା ସୁବର୍ଣ୍ଣ ଜୟନ୍ତୀ ଭବନରେ ଆଂଚଳିକ ବରିଷ୍ଠ ନାଗରିକ ମଂଚର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତିତ୍ୱ କରିଥିଲେ ଓଷ୍ଠାର ପୂର୍ବତନ ସଭାପତି ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଇନ୍ଦୁମାଧବ ମହାନ୍ତି। ପ୍ରଥମେ କୋଭିଡ୍ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ କୋଭିଡ୍ ଯୋଦ୍ଧା , ସାଧାରଣ ଲୋକ ଏବଂ ଏ ଅଂଚଳର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ନୀଳକଣ୍ଠ ପାତ୍ରଙ୍କର ବିୟୋଗରେ ସେମାନଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆଗାମୀ ଉତ୍କଳ ଦିବସରେ ଏକ ରକ୍ତଦାନ ଶିବିର କରାଯିବାର ନିଷ୍ପତି ହୋଇଥିଲା। ଏହି ଅବସରରେ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦୋନ୍ନତି ପାଇ ସେହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହୋଇଥିବାରୁ ଶ୍ରୀ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧର୍ତି କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ରମେଶ ଚନ୍ଦ୍ର ନାୟକ ,  ରବିନାରାୟଣ ଦାସ , ବିଜୟ କୁମାର ନନ୍ଦ , ଅରବିନ୍ଦ ଦାସମହାପାତ୍ର , ଚାମ୍ବୁ କିସ୍କୁ , ନାରାୟଣ ଉପାଧ୍ୟାୟ , ଦାମୋଦର ଜେନା , ନୀଲକଣ୍ଠ ମାନ୍ନା , ମହେଶ୍ୱର ଷଣ୍ଢ , ମହେଶ୍ୱର ସାହୁ , ଚୈତନ୍ୟ ବାରକ , ଭଗବାନ ପ୍ରଧାନ , ଲକ୍ଷ୍ମୀଧର ପ୍ରଧାନ , ଲକ୍ଷ୍ମଣ ସେନାପତି , ଗୋବିନ୍ଦ ଜେନା , ବଂଶିଧର ଭାରତୀ , ଗିରିଧାରୀ ସାହୁ , ବେଣୁଧର ପାଳ , ପ୍ରଶାନ୍ତ ମହାନ୍ତି , ଝାଡେଶ୍ୱର କାମିଳା , ଭାସ୍କର ଚନ୍ଦ୍ର ଘୋଷ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ କୋଷାଧକ୍ଷ ରବୀନ୍ଦ୍ରନାଥ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories