www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରିଟେନରୁ ଆସିଥିବା ୧୮୬ ଯାତ୍ରୀଙ୍କ ମଧ୍ୟରୁ ୪ କରୋନା ପଜିଟିଭ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ବିମାନରେ ସୋମବାର ବ୍ରିଟେନରୁ ଆସିଥିବା ୧୮୬ ଯାତ୍ରୀ ଆସିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ଯାଞ୍ଚ ହେବା ସମୟରେ ୪ ଜଣଙ୍କ ରିପୋର୍ଟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ବ୍ରିଟେନରେ ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ସୃଷ୍ଟି ହେବା ପରେ ଭାରତ ସରକାର ପ୍ରଥମେ ଡିସେମ୍ବର ୩୧ ଏବଂ ପରେ ଜାନୁୟାରୀ ୭ ପର୍ୟ୍ୟନ୍ତ ବିମାନ ଚଳାଚଳ ଉପରେ ସରକାର କଟକଣା ଲାଗୁ କରିଥିଲେ। କିନ୍ତୁ ପରେ ଜାନୁୟାରୀ ୮ ତାରିଖରୁ ପୁଣି ଥରେ ବିମାନ ଉଡ଼ାଣ ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଥିଲା।
୮ ତାରିଖରେ ବ୍ରିଟେନରୁ ପ୍ରଥମ ଏୟାର ଇଣ୍ଡିଆ ବିମାନ ଯାତ୍ରୀମାନଙ୍କୁ ଆଣି ଭାରତରେ ପହଞ୍ଚିଥିଲା।  ତେବେ ଦିଲ୍ଲୀ ସରକାର ଏହି ଯାତ୍ରୀମାନଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାର କହିଛନ୍ତି, ଭାରତ ଆସିବାକୁ ଥିବା ସମସ୍ତ ବ୍ରିଟେନ ଯାତ୍ରୀଙ୍କର ଦିଲ୍ଲୀ ବିମାନବନ୍ଦରରେ ଆରଟି-ପିସିଆର ପରୀକ୍ଷା କରାଯିବା ବାଧ୍ୟତାମୂଳକ। ଏହାର ଖର୍ଚ୍ଚ ଯାତ୍ରୀମାନଙ୍କୁ ବହନ କରିବାକୁ ପଡ଼ିବ।
ସରକାର ଆହୁରି କହିଛନ୍ତି, ପରୀକ୍ଷା ସମୟରେ ଯେଉଁ ଯାତ୍ରୀମାନେ କରୋନା ପଜିଟିଭ ବାହାରିଲେ ସେମାନଙ୍କୁ ଆଇସୋଲେଶନ ସେଣ୍ଟରରେ ରଖାଯିବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ହେବ ସେମାନଙ୍କୁ ୭ ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯିବ ଏବଂ ଅବଶିଷ୍ଟ ୭ ଦିନ ସେମାନେ ହୋମ୍‌ କ୍ବାରେଣ୍ଟାଇନରେ ରହିବେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories