www.samajalive.in
Saturday, December 6, 2025
16.1 C
Bhubaneswar

ଯବାନଙ୍କୁ ଥଣ୍ଡାରୁ ରକ୍ଷା କରିବ ‘ହିମ ତାପକ’; ଡିଆରଡିଓ ତିଆରି କଲା ସ୍ବତନ୍ତ୍ର ଡିଭାଇସ

ନୂଆଦିଲ୍ଲୀ: ପୂର୍ବ ଲଦାଖ, ସିଆଚେନ୍‌ ଏବଂ କାଶ୍ମୀର ଭଳି ସୁଉଚ୍ଚ ବରଫାବୃତ୍ତ ଅଞ୍ଚଳରେ ଦେଶର ଯବାନମାନେ ମୁତୟନ ହୋଇଛନ୍ତି। ପ୍ରବଳ ଥଣ୍ଡାରେ ଏପରି କି ବିଯୁକ୍ତ ତାପମାତ୍ରାରେ ବି ସେମାନେ ନିଜ ଜୀବନକୁ ବାଜି ଲଗାଇ ଶତ୍ରୁଙ୍କଠାରୁ ଦେଶର ସୁରକ୍ଷା କରୁଛନ୍ତି। ଏହି ସମୟରେ ଅନେକ ଯବାନଙ୍କ ମୃତ୍ୟୁ ବି ଘଟୁଛି। ତେବେ ସେମାନଙ୍କୁ ଏଥିରୁ ରକ୍ଷା କରିବା ଲାଗି ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ଏକ ସ୍ବତନ୍ତ୍ର ଡିଭାଇସ ତିଆରି କରିଛି, ଯାହାର ନାମ ହେଉଛି ‘ହିମ ତାପକ’।

- Advertisement -

‘ହିମ ତାପକ’ ଏକ ସ୍ପେସ୍‌ ହିଟିଂ ଡିଭାଇସ। ଡିଫେନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଫିଜିଓଲୋଜି ଆଣ୍ଡ ଆଲାଏଡ ସାଇନ୍‌ସେସ୍‌ର ନିର୍ଦେଶକ ଡା. ରାଜୀବ ଭାର୍ସନେ କହିଛନ୍ତି ଯେ, ଭାରତୀୟ ସେନା ଏହି ଡିଭାଇସ ପାଇଁ ୪୨୦ କୋଟି ଟଙ୍କାର ଅର୍ଡର ଦେଇଛି। ଏହି ଡିଭାଇସକୁ କମ୍‌ ତାପମାତ୍ରା ରହୁଥିବା ସେନା ଏବଂ ଆଇଟିବିପି ଯବାନଙ୍କ ନୂଆ ବାସସ୍ଥାନଗୁଡ଼ିକରେ ଲଗାଯିବ।

ଡା. ଭାର୍ସନେ ଆହୁରି କହିଛନ୍ତି ଯେ, ବରଫାବୃତ୍ତ ସୀମାନ୍ତ ଅଞ୍ଚଳରେ ଯବାନଙ୍କୁ ଥଣ୍ଡା ଏବଂ ଅନ୍ୟ ସମସ୍ୟାରୁ ରକ୍ଷା କରିବା ଲାଗି ଡିଆରଡିଓ ‘ଏଲୋକଲ କ୍ରିମ୍‌’ ପ୍ରସ୍ତୁତ କରିଛି। ସେନା ପକ୍ଷରୁ ପ୍ରତିବର୍ଷ ପୂର୍ବ ଲଦାଖ, ସିଆଚେନ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମୁତୟନ ଯବାନଙ୍କ ଲାଗି ୩ ଲକ୍ଷରୁ ସାଢ଼େ ୩ ଲକ୍ଷ ଜାର୍‌ କ୍ରିମ୍‌ ଅର୍ଡର ଦିଆଯାଇଥାଏ।

ଏହି ବରଫାବୃତ୍ତ ଅଞ୍ଚଳରେ ଯବାନଙ୍କ ପିଇବା ପାଣି ସମସ୍ୟା ଦୂର କରିବା ଲାଗି ଡିଆରଡିଓ ସୋଲାର ​ସ୍ନୋ ମେଲ୍‌ଟର ମଧ୍ୟ ପ୍ରସ୍ତୁତ କରିଛି। ଏହି ଉପକରଣ ପ୍ରତି ଘଣ୍ଟାରେ ୫/୭ ଲିଟର ପିଇବା ପାଣି ଉପଲବ୍ଧ କରାଇପାରିବ। ଏହାଦ୍ବାରା ‘ଶୂନ୍ୟ’ରୁ କମ୍‌ ତାପମାତ୍ରା ଥିବା ଅଞ୍ଚଳରେ ମୁତୟନ ଯବାନଙ୍କୁ ପିଇବା ପାଣି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories