www.samajalive.in
Monday, December 15, 2025
26.1 C
Bhubaneswar

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା; ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଶନିବାର ନିଖୋଜ ହୋଇଯାଇଥିବା ଯାତ୍ରୀବାହୀ ବିମାନ ସମୁଦ୍ରରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସମସ୍ତ ୬୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରି ଟ୍ବିଟ୍‌ କରି ଲେଖିଛନ୍ତି, ଇଣ୍ଡୋନେସିଆରେ ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିଜନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଏହି ଦୁଃଖ ସମୟରେ ଭାରତ ଇଣ୍ଡୋନେସିଆ ସହିତ ଛିଡ଼ା ହୋଇଛି।

- Advertisement -

ସୂଚନାଯୋଗ୍ୟ, ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରୁ ଶ୍ରୀବିଜୟ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଆରମ୍ଭ କରିବାର ୪ ମିନିଟ ଭିତରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ବିମାନ ସହିତ ସମ୍ପର୍କ ଚ୍ଛିନ୍ନ ହୋଇଯିବା ସହିତ ବିମାନଟି ରାଡାର ସୀମା ବାହାରକୁ ଚାଲିଯାଇଥିଲା। ଏହା ପରେ ଜାକାର୍ତ୍ତା ନିକଟ ସମୁଦ୍ର ଭିତରୁ ବିମାନର ଭଗ୍ନାଂଶକୁ କୋଷ୍ଟଗାର୍ଡ ପକ୍ଷରୁ ଠାବ କରାଯାଇଥିଲା। ଏଥିରେ ଥିବା ସମସ୍ତ ୬୨ ଯାତ୍ରୀ ପ୍ରାଣ ହରାଇଥିଲେ।

ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ବିଡୋଡୋ କହିଛନ୍ତି ଯେ, ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ରିପୋର୍ଟ ମିଳିଛି। ମୁଁ ସରକାର ଏବଂ ସମସ୍ତ ଇଣ୍ଡୋନେସିଆବାସୀଙ୍କ ତରଫରୁ ଏହି ଦୁର୍ଘଟଣା ପାଇଁ ଦୁଃଖ ବ୍ୟକ୍ତ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories