www.samajalive.in
Saturday, December 13, 2025
26.1 C
Bhubaneswar

ଘରେ ରଖନ୍ତୁ ଚାନ୍ଦି ହାତୀ, ଦୂର ହେବ ଅଶାନ୍ତି

ଆମ ହିନ୍ଦୁ ପରମ୍ପରାରେ ବାସ୍ତୁଶାସ୍ତ୍ରର ମାନ୍ୟତା ଖୁବ୍ ଅଧିକ। ଏକବିଂଶ ଶତାବ୍ଦୀରେ ପାଦ ଦେଇ ମଧ୍ୟ ବିଭିନ୍ନ ବର୍ଗର ଲୋକେ ଏହି ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଗୃହ ନିର୍ମାଣ କରିବା ସହ ଅନ୍ୟାନ୍ୟ ପଦକ୍ଷେପ ନେଉଛନ୍ତି। ଉଜ୍ଜୈନର ନାମକରା ବାସ୍ତୁବିତ୍ ପଣ୍ଡିତ ପ୍ରଫୁଲ୍ଲ ଭଟ୍ଟଙ୍କ କହିବାନୁସାରେ ବାସ୍ତୁଶାସ୍ତ୍ରରେ ହାତୀର ବିଶେଷ ମହତ୍ତ୍ବ ରହିଛି। ପ୍ରାଚୀନ କାଳରେ ରାଜାମହାରାଜାମାନେ ଏହି ନିୟମ ମାନି ନିଜ ଦରବାରରେ ଓ ରାଜଉଆସରେ ଚାନ୍ଦି ଓ ସୁନାର ହାତୀ ପ୍ରତିମୂର୍ତ୍ତି ନିର୍ମାଣ କରୁଥିଲେ।

ଘରେ ରୀତିମତ କଳିଝଗଡ଼ା ହେଉଥିଲେ କିମ୍ବା ଅକାରଣରେ ଅଶାନ୍ତି ହେଉଥିଲେ, ଚାନ୍ଦିର ହାତୀ ରଖିବା ଖୁବ୍ ଲାଭକରୀ ହୋଇଥାଏ। ଘର ପରିବେଶରୁ ନକାରାତ୍ମକ ଶକ୍ତି ଦୂର କରିବାରେ ଏହି ଚାନ୍ଦିର ହାତୀ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଏ।

- Advertisement -

ଘ‌‌ରେ କିମ୍ବା ନିଜ କାର୍ୟ୍ୟାଳୟରେ ଏହା ରଖିଲେ, ମା’ ଲକ୍ଷ୍ମୀଙ୍କର କୃପା ଅନୁଭୂତ ହୋଇଥାଏ ବୋଲି ବାସ୍ତୁବିତଙ୍କ ମତ।

ଉତ୍ତର ଦିଗରେ ଏହି ହାତୀ ରଖିବା ଖୁବ୍ ଲାଭପ୍ରଦ ହେଉଥିବାର ପ୍ରକାଶ।

ଟଙ୍କା-ପଇସାର ଅଭାବ ଉପୁଜୁଥିଲେ ଚାନ୍ଦିର ହାତୀକୁ ଲାଲ କପଡ଼ାରେ ବାନ୍ଧି ଆଲମାରିରେ ରଖିବା ଉଚିତ। କିଛିଦିନ ମଧ୍ୟରେ ଏହାର ଉତ୍ତମ ଫଳ ନିଜେ ଜାଣିପାରିବେ।

ସ୍ବାମୀ-ସ୍ତ୍ରୀଙ୍କର କଳିଝଗଡ଼ା ହେଉଥିଲେ ଶୟନକକ୍ଷର ଉତ୍ତର ଦିଗରେ ଚାନ୍ଦିର ହାତୀ ରଖିବା ଉଚିତ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories