www.samajalive.in
Wednesday, December 10, 2025
15.1 C
Bhubaneswar

ଖୋଲିଲା ସ୍କୁଲ : ପଡ଼ିଆରେ ପଢିଲେ ଛାତ୍ରୀ

କେଶଦୁରାପାଳ : ଖୋଲିଲା ସ୍କୁଲ ପଡ଼ିଆରେ ପଢିଲେ ଛାତ୍ରୀ,ଏପରି ଏକ ଘଟଣା ଘଟିଛି କେଶଦୁରାପାଳଗ୍ରାମରେ କୋଭିଡ କଟକଣା ପାଇଁ ସାରା ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକ ଦୀର୍ଘ ୧୦ ମାସ ଧରି ବନ୍ଦ ହୋଇଥିବା ବେଳେ ଶୁକ୍ରବାର ରାଜ୍ୟର ସମସ୍ତ ସ୍କୁଲରେ ୧୦ ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍କୁଲ ଖୋଲାଯାଇଛି । ହେଲେ କେନ୍ଦୁଝର ଜିଲା ଘସିପୁରା ବ୍ଳକ ଅନ୍ତର୍ଗତ କେଶଦୁରାପାଳ ଗ୍ରାମର ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଛାତ୍ରୀ ମାନଙ୍କୁ ପଡ଼ିଆରେ ପାଠ ପଢୁଥିବାର ଦେଖିବାକୁ ମିଳିଥିଲା। ସୂଚନାରୁ ଜଣାଯାଏ ବ୍ଳକ ପକ୍ଷରୁ ଏହି ସ୍କୁଲକୁ କୋଭିଡ-୧୯ ଚିକିତ୍ସାଳୟରେ ପରିଣତ କରାଯାଇଥିଲା କିନ୍ତୁ ବିଡ଼ିଓ ଠିକାଦାର ମାନଙ୍କୁ ତାଙ୍କର ପ୍ରାପ୍ୟ ଦେଇ ନ ଥିବା କାରଣରୁ ଠିକାଦାର ମାନେ ଶ୍ରେଣୀ ଗୃହରେ ତାଲା ପକାଇ ଦେଇଥିଲେ। ଫଳରେ ଶିକ୍ଷୟତ୍ରୀ କୌଣସି ଉପାୟ ନପାଇ ଛାତ୍ରୀ ମାନଙ୍କୁ ପଡିଆରେ ପାଠ ପଢାଇ ଥିଲେ। ବିଡିଓ ୨/୩ ଦିନ ମଧ୍ୟରେ ଠିକାଦାରଙ୍କ ପାଉଣା ଦେବା ପାଇଁ ପ୍ରତିଶ୍ରୁତି ପରେ ଠିକାଦାର ମାନେ ତାଲା ଖୋଲି ଦେଇଥିଲେ ଏବଂ ଉକ୍ତ ସ୍ଥାନରୁ କୋଭିଡ ସରଞ୍ଜାମ ହଟାଇଦେଇ ଶ୍ରେଣୀକୁ ସାନିଟାଇଜ କରିଥିଲେ । ପରେ ପ୍ରାୟ ୨ଟାଠାରୁ ଠିକ୍ ଭାବରେ ପାଠ ପଢା ହୋଇଥିଲା। ଏ ସଂପର୍କରେ ବ୍ଳକ ଶିକ୍ଷା ଅଧିକାରୀ କ୍ଷେତ୍ର ମୋହନ ହାଁସଦାଙ୍କୁ ପଚାରିବାରୁ ଏପରି ଘଟିଥିଲା ଓ ଏହା ସମାଧାନ ହୋଇଯାଇଛି ବୋଲି ପ୍ରକାଶ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories