www.samajalive.in
Tuesday, December 9, 2025
16.1 C
Bhubaneswar

ଦୁନିଆରେ ସ୍ୱତନ୍ତ୍ର ଏହି ଫ୍ରିଜ : ଯେ କେହି ମାଗଣାରେ ନେଇ ପାରିବେ ଖାଦ୍ୟଜିନିଷ

ସାଧାରଣତଃ ବାହାରୁ ଘରକୁ ଆସିବା ମାତ୍ରେ ଅଧିକାଂଶ ଲୋକଙ୍କ ଅଭ୍ୟାସ ପ୍ରଥମେ ଫ୍ରିଜ ଖୋଲି ଖାଦ୍ୟକୁ ଖୋଜିବା। ଅଥବା ଥଣ୍ଡା ପାଣିକୁ ବାହାର କରି ପିଇବା।
ସେଭଳି ଜୋର୍ଡାନର ଜଣେ ବ୍ୟକ୍ତି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ହଂଗକଂଗର ଜୋର୍ଡାନର ୱୋମାନସାଙ୍ଗ ଛକରେ ଏକ ସ୍ୱତନ୍ତ୍ର ଫାଉଣ୍ଡେସନର ଜଣେ ବ୍ୟକ୍ତି ଏକ ନୀଳ ରେଫ୍ରିଜରେଟର ରଖିଛନ୍ତି, ଯେଉଁଠାରେ ଅନ୍ୟମାନଙ୍କୁ ସାହାଯ୍ୟ ପାଇବା ସହ ଖାଦ୍ୟ ପାନୀୟ ପାଇପାରିବେ।
ଫ୍ରିଜରେ ରନ୍ଧା ନୁଡୁଲ୍ସ, ବିସ୍କୁଟ, ଖାଦ୍ୟ ପ୍ୟାକେଟ ଏବଂ ପ୍ୟାକେଟରେ ତଉଲିଆ, ମୌଜା ମଧ୍ୟ ରହିଛି। ଲୋକଙ୍କୁ ସାହାଯ୍ୟ କରିବା ଲୋକେ ମଧ୍ୟ ଏଥିରେ ଜିନିଷ ରଖିଥାଆନ୍ତି।
ବ୍ୟକ୍ତି ଜଣଙ୍କ ଚଳଚ୍ଚିତ୍ରରେ ଦେଖି ଏଭଳି କରିଛନ୍ତି ବୋଲି କହିଛନ୍ତି। ଏହାସହ ଲୋକେ ଘରେ ଯେପରି ଫ୍ରିଜ ଖୋଲି ଖାଦ୍ୟ ପାଇ ପାରନ୍ତି, ସେଭଳି ଲୋକେ ବାହାରେ ରାସ୍ତାରେ ଯାଉଥିବା ସମୟରେ ଆବଶ୍ୟକ ସମୟରେ ଏହି ସୁବିଧା ପାଇ ପାରନ୍ତୁ ବୋଲି ତାଙ୍କ ଇଚ୍ଛା।
ଅଧିକାଂଶ ଲୋକେ ଏହି ନୀଳ ରଙ୍ଗର ଫ୍ରିଜ ବିଷୟରେ ଜାଣିସାରିଲେଣି। ସୋସିଆଲ ମିଡିଆରେ ମଧ୍ୟ ଏହା ଖୁବ ଭାଇରାଲ ହେଉଛି। ଲୋକଙ୍କୁ ସାହାଯ୍ୟ କରିବାର ଏହା ଏକ ଉତ୍ତମ ମାଧ୍ୟମ ବୋଲି ଉକ୍ତ ବ୍ୟକ୍ତି କହିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories