www.samajalive.in
Monday, December 8, 2025
16.1 C
Bhubaneswar

ଶ୍ରମିକଙ୍କ ସମସ୍ୟା ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ପାଇଁ ଶ୍ରମିକ ସଂଗଠନର ଚେତାବନୀ 

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୫୦ ହଜାରରୁ ଊର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କୁ ସମସ୍ତ ଶ୍ରମିକ ସଂଗଠନମାନେ ଆଇନ ପ୍ରଣୟନ ହେବା ଦିନଠାରୁ ଅର୍ଥାତ ୨୦୦୮ ମସିହାରୁ ଆଜି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସହାୟତା ପ୍ରଦାନ କରିଆସୁଛନ୍ତିି। ମାତ୍ର ନବୀକରଣ ବିବାହ ସହାୟତା, ମୃତ୍ୟୁକାଳୀନ ସହାୟତା, ପ୍ରସୂତିକାଳୀନ ସହାୟତା, ଶିକ୍ଷା ସହାୟତା ରାଶି ପ୍ରଭୃତି ପ୍ରଦାନ କ୍ଷେତ୍ରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଟାଳଟୁଳ ନିତି ଅବଲମ୍ବନ କରାଯାଉଛି। ଠିକ୍‍ ସେହିପରି ଦୀର୍ଘଦିନରୁ ଅନୁମୋଦିତ ହୋଇଥିବା ସାଇକେଲ ସହାୟତା, ନିର୍ମାଣ ଯନ୍ତ୍ରପାତି ସହାୟତା ଓ ଶିକ୍ଷା ସହାୟତା ରାଶି ପାଇବାରେ ଶ୍ରମିକ ପରିବାରମାନେ ବଂଚିତ ରହିଛନ୍ତି। କରୋନା ସମୟରେ ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କୁ ପ୍ରଦାନ କରାଯାଇଥିବା ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ଏଯାଏ ଅନେକ ଶ୍ରମିକ ପରିବାରକୁ ପ୍ରଦାନ କରାଯାଇନାହିଁ। ଦୀର୍ଘଦିନରୁ ୨୦ ଟଙ୍କିଆ ରସିଦ ବହି ପାଇଁ ଆଜି ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକ ପଂଜିକରଣ ପ୍ରମାଣପତ୍ର ପାଇବାରୁ ଶ୍ରମିକମାନେ ବଂଚିତ ଅଛନ୍ତି। ଜିଲ୍ଳାରେ ହଜାର ହଜାର ନିର୍ମାଣ ଶ୍ରମିକ ପଂଜିକରଣ ପାଇଁ ଆବେଦନ କରିଥିଲେ ମଧ୍ୟ ଜିଲ୍ଳା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଫାଇଲ ପଡିରହିଛି। ଶ୍ରମିକମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରୁନାହିଁ। କୋଭିଡ ୧୯ ସମୟରେ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ପଂଜିକରଣ ପ୍ରମାଣପତ୍ର ପାଇପାରିନାହାନ୍ତି। ନବୀକରଣ ଓ ବିଭିନ୍ନ ସହାୟତା ପ୍ରଦାନ କ୍ଷେତ୍ରରେ ଶ୍ରମିକ ସଂଗଠନ ଗୁଡିକୁ ଉପକ୍ଷୋ କରାଯାଉଅଛି।

ଏହି ସମସ୍ତ ସମସ୍ୟା ନେଇ ଶ୍ରମିକ ସଂଗଠନର କର୍ମକର୍ତ୍ତା ବାରମ୍ବାର ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ତେଣୁ ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆସନ୍ତା ୧୫ ତାରିଖଠାରୁ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ ଶ୍ରମିକ ସଂଘ ସମନ୍ୱୟ ସମିତି ପକ୍ଷରୁ ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇ ଦିଆଯାଇଛି। ଏହି ଧାରଣାରେ ବିଶ୍ୱକର୍ମା ବିଲଡିଂ ଓ କନଷ୍ଟ୍ରକସନ ୱାର୍କର ୟୁନିୟନ, ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ, ଓଡ଼ିଶା ନିର୍ମାଣ ମଜଦୁର ସଭା, ଓଡ଼ିଶା କୃଷି ଏବଂ ଗ୍ରାମୀଣ ମଜଦୁର ସଂଘ ଓ ଓଡ଼ିଶା ଫରେଷ୍ଟ ଉଡ ଏଗ୍ରୀକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିୟନର କର୍ମକର୍ତ୍ତା ସାମିଲ ହେବେ ବୋଲି ଲିଖିତ ଭାବରେ ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories