ବିହାରରେ ଟ୍ରକ୍‌-ଅଟୋ ଧକ୍କା : ୧୦ ମୃତ

0

ସମସ୍ତିପୁର : ବିହାର ସମସ୍ତିପୁର ଜିଲାର ହରପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ଜଣ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ଏକ ଅଟୋରେ ୧୩ ଜଣ ଲୋକ ମୁଶାରୀଘରାରୀ ଅଞ୍ଚଳକୁ ଯାଉଥିବାବେଳେ ହରପୁର ଗ୍ରାମ ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ୫ ମହିଳା, ଜଣେ ଶିଶୁଙ୍କୁ ମିଶାଇ ୧୦ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଗୁରୁତର ଆହତ ୩ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply