www.samajalive.in
Saturday, December 6, 2025
15.1 C
Bhubaneswar

୬ରୁ ମହଙ୍ଗା ହେବ ଟ୍ରେନ ଯାତ୍ରା, ଜାଣନ୍ତୁ କେତେ ବଢ଼ିବ ଟିକେଟ ମୂଲ୍ୟ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ବନ୍ଦ ରହିଥିବା ଟ୍ରେନଗୁଡ଼ିକକୁ ପୁଣି ଥରେ ଚଳାଚଳ କରିବା ପାଇଁ ଭାରତୀୟ ରେଲୱେ ପକ୍ଷରୁ ପ୍ରସ୍ତୁତ ହେଉଛି। ତେବେ ଏହି ଟ୍ରେନଗୁଡ଼ିକ ଚାଲିବା ଆଗରୁ ଆସନ୍ତା ୬ ତାରିଖରୁ ଅନେକ ଟ୍ରେନ୍‌ର ଭଡ଼ା ବୃଦ୍ଧି ହେବ। ଏହା ସହିତ ସିଟ୍‌ ସଂରକ୍ଷଣ ବାଧ୍ୟତାମୂଳକ ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ସମସ୍ତ ଟିକେଟ ମୂଲ୍ୟରେ ୧୫ ଟଙ୍କାର ସଂରକ୍ଷଣ ଶୁଳ୍କ ସାମିଲ କରାଯିବ। ଫଳରେ ପୂର୍ବରୁ ଟ୍ରେନ ଟିକେଟ ମୂଲ୍ୟ ଯାହା ଥିଲା ସେଥିରେ ୧୫ ଟଙ୍କା ଅତିରିକ୍ତ ଦେୟ ଲାଗୁ ହେବ। ଟିକେଟ ସଂରକ୍ଷଣ ଅନଲାଇନ କିମ୍ବା ଟିକେଟ ୱିଣ୍ଡୋରେ କରାଯାଇପାରିବ। ତେବେ ଟିକେଟ ୱିଣ୍ଡୋ ଟ୍ରେନ ଚଳାଚଳ କରିବାର ନିର୍ଦ୍ଧାରିତ ସମୟଠାରୁ ୩୦ ମିନିଟ ପୂର୍ବ ପର୍ଯନ୍ତ ଖୋଲା ରହିବ। ଯେତେ କମ୍‌ ଦୂର ଯାତ୍ରା କଲେ ବି ସଂରକ୍ଷଣ ବାଧ୍ୟତାମୂଳକ ହେବ।

- Advertisement -

ରେଲୱେ ପକ୍ଷରୁ ଜାମ୍ମୁ-କାଶ୍ମୀର ଏବଂ ଉଦ୍ଧମପୁର ପାଇଁ ବି ଟ୍ରେନ ଚଳାଚଳ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଥିବା ଟ୍ରେନଗୁଡ଼ିକର ଚଳାଚଳ ଫେବୃୟାରୀ ୧ରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories