www.samajalive.in
Saturday, December 6, 2025
14.1 C
Bhubaneswar

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା: କଟକ ଜିଲ୍ଲା ଓ କଟକ ନଗର ଯୁବ କଂଗ୍ରେସ କମିଟି ପକ୍ଷରୁ ପୁଲିସ ମୁଖ୍ୟାଳୟ ଘେରାଉ

କଟକ : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିରୋଧ କରି  ଆଜି କଟକ ଜିଲ୍ଲା ଯୁବ କଂଗ୍ରେସ ଓ କଟକ ନଗର ଯୁବ କଂଗ୍ରେସ କମିଟି ଆହ୍ଵାନ କ୍ରମେ ସ୍ଥାନୀୟ ଗୌରୀ ଶଙ୍କର ପାର୍କ ଠାରେ ଏକ ପ୍ରତିବାଦ ସଭା ସହ ଶୋଭାଯାତ୍ରା ଏବଂ ରାଜ୍ୟପୁଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । କଟକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ଯୋଗଦେଇ ରାଜ୍ୟରେ ସଂପ୍ରତି ଚୋରୀ,ଡକାୟତି,ରାହାଜାନି,ବେଆଇନ ନିଶା ଓ ବନ୍ଧୁକ କାରବାର ଠାରୁ ଆରମ୍ଭ କରି ରାଜନୈତିକ ଆକ୍ରୋଶରୁ ବିଭତ୍ସ ହତ୍ୟାକାଣ୍ଡ, ମହିଳାଙ୍କୁ ଅସଦାଚରଣ ଓ ଶିଶୁ ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ଭଳି ଅଭାବନୀୟ ଘଟଣା ଆଜି ସବୁ ଦିନିଆ ଘଟଣାରେ ପରିଣତ ହୋଇଛି ଅଭିଯୋଗ କରି ଏଥିରେ ପୋଲିସ ପ୍ରଶାସନର ପ୍ରଚ୍ଛନ୍ନ ହାତ ରହୁଛି ବୋଲି କହିଥିଲେ । ପୋଲିସର ନୀରବତା ପାଇଁ ଅଘଟଣ ପରେ ଅଘଟଣମାନ ଘଟି ଚାଲିଛି । ଦୀର୍ଘ ଦିନର ଶାସନ ପରେ ବି ବିଜୁ ଜନତା ଦଳର ଅପାରଗତାରୁ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ଚରମସୀମାରେ ପହଞ୍ଚିଛି ବୋଲି ମଧ୍ୟ ଅଭିଯୋଗ କରିଥିଲେ । ସରକାରୀ ଉଦାସୀନତାରୁ ପରୀ ନ୍ୟାୟ ପାଇବାରେ ଚଞ୍ଚକତା ସୃଷ୍ଟି ହୋଇଛି ବୋଲି ବିଧାୟକ ମୁକିମ୍ କହିଥିଲେ ।

- Advertisement -

 

ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ. ସ୍ମୃତି ରଞ୍ଜନ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରେ ସୁଧାର ଆଣିବାରେ ରାଜ୍ୟର ନବୀନ ସରକାରର ଉଦାସୀନତା ଓ ପୋଲିସ ପ୍ରଶାସନର ଅପାରଗତା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଚେତାବନୀ ଶୁଣାଇଥିଲେ । ଆଜିର ଏ ଆନ୍ଦୋଳନ  ଆରମ୍ଭ ମାତ୍ର ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କଟକ ନଗର ଯୁବ କଂଗ୍ରେସ ସଭାପତି ବିକି ଚକ୍ରବ୍ରର୍ତ୍ତୀ , ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ମହମ୍ମଦ ଅଲିମ,ବୀରେନ୍ଦ୍ର ବାଗ,ରାକେଶ ମହାରଣା,ମହମ୍ମଦ ଆକ୍ୟୁବ,ଜଗନ୍ନାଥ ସିହ୍ନା,କମଳ ଚରଣ ତାଣ୍ଡି,ପ୍ରବୋଧ ଦାସ,ଅମ୍ରିତା ଦାସ, ବାବିତ ବଡପଣ୍ଡା, ରମଯାନି ଅଲ୍ଲୀ, ସ୍ମାଇଲ ମଙ୍ଗରାଜ, ସତ୍ୟପ୍ରିୟ ସାମଲ, ପ୍ରେମଜିତ ମହାନ୍ତି, ପ୍ରଶାନ୍ତ ମଲ୍ଲିକ, ନଳିନୀକାନ୍ତ ନାୟକ, ସ୍ମୃତି ରଞ୍ଜନ ରାଉତ, ମନୋରଞ୍ଜନ ପଟ୍ଟନାୟକ,ବଳଭଦ୍ର ପ୍ରହରାଜ, ପ୍ରଶାନ୍ତ ମଲ୍ଲିକ,ବଲରାମ ରାଉଳ, ଦେବେନ୍ଦ୍ର ଶେଠୀ, ସେକ ଗୁଲାମ ମୋଇଦ୍ଦିନ,ସୁରଜିତ ସାହୁ, ସେକ ବାବାଯାନୀ, ସୋନୁ ସ୍ଵାଇଁ ପ୍ରମୁଖ ଭାଷଣ ଦେଇ ପୋଲିସ ପ୍ରଶାସନର ସଂବେଦନହୀନତାକୁ ଜୋରଦାର ନିନ୍ଦା କରିଥିଲେ ।

ଯୁବ କଂଗ୍ରେସ ନେତାମାନଙ୍କ ନେତୃତ୍ବରେ ଗୌରୀ ଶଙ୍କର ପାର୍କ ଠାରୁ ହଜାର ହଜାର ଯୁବ କଂଗ୍ରେସ କର୍ମୀମାନଙ୍କର ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଡିଜିପି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗିରିବାଳା ବେହେରା,ଅଶୋକ ସାମଲ,ନିକୁଞ୍ଜ ପଶାୟତ,ସାବିତ୍ରୀ ଚୌଧୁରୀ,ବିଶ୍ଵଜିତ ଦାସ,ପ୍ରଦୀପ ପ୍ରଧାନ,ଶୈଳବାଳା ଜେନା, ସେକ ସମ୍ମିମଉଲ୍ଲା,ଗୌରୀ ଦାସ,ଅନିତା ନାୟକ,ନମିତା ମଞ୍ଜରି ସାହୁ,ସନ୍ତୋଷ ଭୋଳ,ସତ୍ୟାନନ୍ଦ ରାଉତ,ଶରତ ଚନ୍ଦ୍ର ଶେଠୀ,ଅର୍ଷଦ ଖାନ,ଉସ୍ମାନ ଖାନ,ଦୀପକ କୁମାର ସାହୁ,ଶୁଭାଶିଷ ପଟ୍ଟନାୟକ,ରଶ୍ମୀ ରଞ୍ଜନ ମିଶ୍ରପ୍ରମୁଖ ସାମିଲ ହୋଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories