www.samajalive.in
Sunday, December 7, 2025
23.1 C
Bhubaneswar

ଆଇନ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ଓ ଏତଲା

ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଭୁବନେଶ୍ୱର ତରଫରୁ ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ୟ୍ୟ ଙ୍କ ନେତୃତ୍ୱରେ ଆଜି ବିଜେପି ବରିଷ୍ଠ ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା  ପ୍ରତିବାଦ କରାଯାଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଛି ଓ ଥାନାରେ ଏତଲା ଦିଆଯାଇଛି । ଯୁବମୋର୍ଚା କର୍ମୀମାନେ  ଥାନା ଆଗରେ ବିକ୍ଷୋଭ ସହ ଆଇନ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରିଛନ୍ତି ।

- Advertisement -

ଏକାମ୍ର ନିର୍ବାଚନ ମଣ୍ଡଳୀ ର ଲିଙ୍ଗରାଜ ଥାନା ରେ ଯୁବ ମୋର୍ଚ୍ଚା ପକ୍ଷରୁ ମନୋଜ ପଶ୍ଚିମକବାଟ ,ସୁରେନ୍ଦ୍ର ପ୍ରଧାନ, ଶିବ ପ୍ରସାଦ ବେହେରା,ସଞ୍ଜୟ ବାରିକ,ଶରତ ମହାପାତ୍ର,ମହେଶ୍ବର ନାୟକ, ରଜତ କୁମାର ପରିଡ଼ା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

 

ସେହିପରି କ୍ୟାପିଟାଲ ଥାନାରେ ଯୁବ ମୋର୍ଚ୍ଚାର ରଶ୍ମିରଞ୍ଜନ ମୁଦୁଲି, ପୀୟୂଷ କୁମାର ସାହୁ, ସାବନ ମିଶ୍ର, ସୁଭକାନ୍ତ ସାହୁ,ଉତ୍ତର ନିର୍ବାଚନ ମଣ୍ଡଳୀ ରେ ଯୁବ ମୋର୍ଚ୍ଚା କାର୍ୟ୍ୟକର୍ତ୍ତା ଦିଲ୍ଲୀପ ବେହେରା,  ଶିବାଶିଷ ମହାନ୍ତି, ରାଜୁ ମୂର୍ତୀ ସିପୁନ ପାତ୍ର, ବାପି ପରିଡ଼ା ଅନ୍ୟମାନଙ୍କ ମଧ୍ୟରେ ଅର୍ପିତା ବଡ଼ଜେନା, ରଶ୍ମିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories