www.samajalive.in
Monday, December 15, 2025
14.1 C
Bhubaneswar

ଯାତ୍ରୀ ସୁରକ୍ଷାକୁ ଗୁରୁତ୍ବ; ମୁହୂର୍ତ୍ତକ ମଧ୍ୟରେ ମିଳିବ ଦୁର୍ଘଟଣା ସୂଚନା 

ଭୁବନେଶ୍ବର  ରାଜ୍ୟରେ ପ୍ରତିବର୍ଷ ହଜାର ହଜାର ଦୁର୍ଘଟଣା ଘଟୁଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବାରେ ବିଳମ୍ବ ଏବଂ ତ୍ବରିତ ପଦକ୍ଷେପ ଅଭାବରୁ ଅନେକ ଧନଜୀବନ ହାନି ଘଟୁଛି । ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯିବା ଆରମ୍ଭ ହୋଇଛି, ଏବେ ଦୁର୍ଘଟଣା ପରବର୍ତୀ ସୂଚନା ମିଳିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ନୂଆ ବ୍ୟବସ୍ଥା । ବିଶେଷକରି ଯାତ୍ରୀବାହୀ ଯାନଗୁଡ଼ିକର ଦୁର୍ଘଟଣା ପରବର୍ତୀ ସ୍ଥିତି ଜାଣିବା ଓ ଘଟଣାସ୍ଥଳରେ ତୁରନ୍ତ ସହାୟତା ପହଞ୍ଚାଇବା ନିମନ୍ତେ ଏହି ବ୍ୟବସ୍ଥା ସହାୟକ ହେବ । ଭାରତ ସରକାରଙ୍କ ସଂସ୍ଥା ‘ୱାପକସ’ ସହଯୋଗରେ ଏଥିପାଇଁ ଏକ ବ୍ୟବସ୍ଥା ବିକଶିତ କରିବା ପାଇଁ ବିଭାଗ ଯୋଜନା କରିଛି ।

ଏହି ବ୍ୟବସ୍ଥା ଅନୁସାରେ ସବୁ ଯାତ୍ରୀବାହୀ ଯାନଗୁଡ଼ିକର ଏକ ଡ଼ାଟାବେସ ପ୍ରସ୍ତୁତ ହେବ ଏବଂ ଏହାକୁ ଜିପିଏସ୍ ସଂଯୋଗ କରାଯିବ । ଏଥିପାଇଁ ଗାଡ଼ିରେ ଏକ ‘ପ୍ୟାନିକ’ ସୁଇଚ୍ ରହିବ । କୌଣସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଏହାର ପ୍ୟାନିକ୍ ସୁଇଚ୍ ଅନ ହେବା ମାତ୍ର ଦୁର୍ଘଟଣା ଘଟିଥିବା ସ୍ଥାନ ସଂପର୍କରେ ସ୍ଥାନୀୟ ଆରଟିଓ ନିକଟରେ ପହଞ୍ଚିବ । ଏହା ସହ ଏ ସମ୍ପର୍କରେ ଆଉ ଏକ ବାର୍ତା ବା ସୂଚନା କେନ୍ଦ୍ରୀୟ ନିୟନ୍ତଣକକ୍ଷକୁ ମଧ୍ୟ ଆସିବ । ଯାହା ଫଳରେ ସ୍ଥାନୀୟ ପୁଲିସ ଥାନାକୁ ମଧ୍ୟ ଏହାର ସୂଚନା ଦିଆଯାଇପାରିବ । ଜିଆଇଏସ୍ ମ୍ୟାପରେ ଦୁର୍ଘଟଣା ସଂକ୍ରାନ୍ତ ‘ରିଅଲ ଟାଇମ୍ ଲୋକେସନ’ ମଧ୍ୟ ପ୍ରଦର୍ଶିତ ହେବ । ଯାହା ଫଳରେ ତ୍ବରିତ ପଦକ୍ଷେପ ନିଆଯିବା ସମ୍ଭବ ହୋଇପାରିବ ।  ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୫ରୁ ୧୬ କୋଟି ଟଙ୍କା ବ୍ୟୟ କରିବେ ବୋଲି ମଧ୍ୟ ସୂଚନା ମିଳିଛି । ଆସନ୍ତା ୮ ତାରିଖରେ ୱାପକସ୍ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଏ ସଂକ୍ରାନ୍ତ ଚୂଡ଼ାନ୍ତ ଆଲୋଚନା ପରେ ପ୍ରକଳ୍ପର ବାସ୍ତବ ରୂପରେଖ ସ୍ପଷ୍ଟ ହେବ ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories