www.samajalive.in
Sunday, December 14, 2025
17.1 C
Bhubaneswar

ରାଜ୍ୟରେ ପୋଲିସ ସଂସ୍କାର ସଂପର୍କରେ ସର୍ବୋଚ୍ଚ ଅଦାଲତକୁ ବାରମ୍ବାର ମିଛ କହିଛନ୍ତି ସରକାର : କଂଗ୍ରେସ

• ସରକାର ଆଇନ୍‍ଶୃଙ୍ଖଳା ପାଇଁ ସମ୍ବେଦନଶୀଳ ନୁହଁନ୍ତି।
• ପୋଲିସ ବିଭାଗରେ ସଂସ୍କାର ସରକାର ଚାହାନ୍ତି ନାହିଁ।
• ଗୋଟିଏ ମାମଲାରେ ତିନି ତିନିଥର ମିଥ୍ୟା ସତ୍ୟପାଠ

ଭୁବନେଶ୍ୱର: ରାଜ୍ୟର ଆଇନ୍‍ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ରାଜ୍ୟରେ ଦଣ୍ଡ ହାର ଜାତୀୟ ଦଣ୍ଡହାର ଠାରୁ ସର୍ବନିମ୍ନ। ଲକ୍‍ଡାଉନ୍‍ ସମୟରେ ନାରୀ ନିର୍ଯ୍ୟାତନା ଶୀର୍ଷରେ। ନିଖୋଜ ଶିଶୁଙ୍କୁ ଖୋଜିବାରେ ରାଜ୍ୟ ପୁଲିସରର ସଫଳତା ହାର ମାତ୍ର ୨୭ ପ୍ରତିଶତ, ଯାହା ଜାତୀୟସ୍ତର ଠାରୁ ସର୍ବନିମ୍ନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ସଂସ୍କାର ସଂପର୍କରେ ରାଜ୍ୟ ସରକାର ମାନ୍ୟବର ସୁପ୍ରିମ୍‍କୋର୍ଟଙ୍କୁ ବାରମ୍ବାର ମିଥ୍ୟା ସତ୍ୟପାଠ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ସୁପ୍ରିମ୍‍କୋର୍ଟଙ୍କୁ ମିଛ କହିନାହାନ୍ତି, ରାଜ୍ୟର ସାଢ଼େ ଚାରି କୋଟି ଜନତାଙ୍କୁ ଭୂଆଁ ବୁଲାଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର  ରାଜ୍ୟ ସରକାରଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ଟାର୍ଗେଟ୍‍ କରିଛନ୍ତି।

- Advertisement -

ଶ୍ରୀ ମିଶ୍ର କହିଛନ୍ତି ଯେ ଦେଶରେ ପୁଲିସକୁ ଚାପମୁକ୍ତ କରିବା ନେଇ ଉତରପ୍ରଦେଶ ଏବଂ ଆସାମର ତତ୍କାଳୀନ ପୋଲିସ ଡିଜି ପ୍ରକାଶ ସିଂହ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ମାଧ୍ୟମରେ ଦେଶର ପୋଲିସର ସଂସ୍କାର ପାଇଁ ସୁପ୍ରିମ୍‍କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ଏବଂ ଗତ ୨୦୦୬ ମସିହା ସେପ୍ଟେମ୍ବର ୨୨ ତାରିଖରେ ମାନ୍ୟବର ସୁପ୍ରିମ୍‍କୋର୍ଟ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ଓଡିଶା ସରକାରଙ୍କୁ ମଧ୍ୟ ପୁଲିସ ସଂସ୍କାର ପାଇଁ ଏକ ମାର୍ଗଦର୍ଶିକା ଜାରି କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟାନ୍ୟ ନିର୍ଦ୍ଦେଶଗୁଡିକ ମଧ୍ୟରେ ପୋଲିସ ବିଭାଗର ତଦନ୍ତ ଏବଂ ଆଇନ୍‍ଶୃଙ୍ଖଳାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ପୋଲିସକୁ ଚାପମୁକ୍ତ କରିବା ଉଦ୍ଦେଶ୍ୟରେ ତଦନ୍ତ ଏବଂ ଆଇନ୍‍ଶୃଙ୍ଖଳାକୁ ପୃଥକ୍‍ ପୃଥକ କରିବା ପାଇଁ କହିଥିଲେ।

ଏହାର ଜବାବରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତା ୧୧.୪.୨୦୦୭, ତା ୨୫.୧.୨୦୦୮ ଏବଂ ତା ୧.୪.୨୦୧୩ ରିଖ ତିନି ତିନି ଥର ମାନ୍ୟବର ସୁପ୍ରିମ୍‍କୋର୍ଟଙ୍କ ନିକଟରେ ସତ୍ୟପାଠ ମାଧ୍ୟମରେ ଗୃହ ବିଭାଗର ନୋଟିଫିକେସନ ନଂ – ୧୮୪୧୫, ତା ୬.୪.୨୦୦୭ ଠାରୁ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ଦୁଇଟି ସହର ଭୁବନେଶ୍ୱର ଓ କଟକ କମିଶନରେଟ୍‍ ପୋଲିସରେ ଆଇନ୍‍ଶୃଙ୍ଖଳା ଏବଂ ତଦନ୍ତ ସଂସ୍ଥାକୁ ପୃଥକ୍‍ ପୃଥକ୍‍ କରି ଦିଆଯାଇଛି ବୋଲି ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ। କିନ୍ତୁ ସୂଚନା ଅଧିକାର ଆଧାରରେ ଆସିଥିବା ତଥ୍ୟ ଅନୁସାରେ ରାଜ୍ୟ ସରକାର ଭୁବନେଶ୍ୱର-କଟକ କମିଶନରେଟ୍‍ ପୋଲିସର କୌଣସି ବି ଗୋଟିଏ ଥାନାରେ ଆଇନ୍‍ଶୃଙ୍ଖଳା ଏବଂ ତଦନ୍ତକୁ ପୃଥକ୍‍ ପୃଥକ୍‍ କରିନାହାନ୍ତି ବୋଲି ସୂଚନା ଅଧିକାରରେ ଆସିଥିବା ତଥ୍ୟକୁ ଆଧାର କରି ଶ୍ରୀ ମିଶ୍ର କହିଛନ୍ତି।

ଏଥିରେ ଗୋଟିଏ କଥା ସ୍ପଷ୍ଟ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟଙ୍କୁ ବାରମ୍ବାର ମିଛ କହିବା ସହିତ ରାଜ୍ୟର ସାଢ଼େ ଚାରି କୋଟି ଜନତାଙ୍କୁ ମଧ୍ୟ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି କଂଗ୍ରେସ ତଥ୍ୟ ଭିତିକ ଖୁଲାସା କରିଛି। ପ୍ରଦେଶ କଂଗ୍ରେସର ଦାବି ଗୃହ ବିଭାଗର ମୁଖ୍ୟ ହିସାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହବିଭାଗ ସୁପ୍ରିମ୍‍କୋର୍ଟରେ ଦେଇଥିବା ମିଥ୍ୟା ସତ୍ୟପାଠ ସଂପର୍କରେ ସ୍ପଷ୍ଟୀକରଣ ରଖନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଅମୀୟ ପାଣ୍ଡବ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories