www.samajalive.in
Friday, December 5, 2025
20.1 C
Bhubaneswar

୬ରୁ ବଢ଼ିବ ବର୍ଷା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ହାରାହାରି ୪ରୁ ୫ମିମି ବର୍ଷା ହୋଇଥିବାବେଳେ ୩ଟି ଜିଲାରେ ୧୦ରୁ ୨୦ମିମି, ୧୯ଟି ଜିଲାରେ ୧୦ମିମିରୁ କମ ବର୍ଷା ହୋଇଛି ଅନ୍ୟ ୮ଟି ଜିଲାରେ ଆଦୌ ବର୍ଷା ହୋଇନାହିଁ। ଆସନ୍ତା ୪୮ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ସୁନ୍ଦରଗଡ଼,ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର ଜିଲାର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ତେବେ ୬ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଅଗଷ୍ଟ ୨ତାରିଖ ସୁଦ୍ଧା ମିଳିଥିବା ପାଣିପାଗ ରିପୋର୍ଟ ଅନୁସାରେ ଜୁନ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ୱାଭାବିକଠାରୁ ୫.୬ପ୍ରତିଶତ ଅଧିକ ହୋଇଥିବାବେଳେ ୫ଟି ଜିଲାରେ ୧୯ପ୍ରତିଶତରୁ ଅଧିକ, ୧୯ଟି ଜିଲାରେ ସ୍ୱାଭାବିକ ଓ ୬ଟି ଜିଲାରେ ନିଅଣ୍ଟ ବର୍ଷା ହୋଇଛି। ରାଜ୍ୟର ୧୦୧ଟି ବ୍ଲକରେ ୧୯ପ୍ରତିଶତରୁ ଅଧିକ ବର୍ଷା ହୋଇଥିବାବେଳେ ୧୪୯ଟି ବ୍ଲକରେ ସ୍ୱାଭାବିକ ବର୍ଷା ହୋଇଛି। ୪୮ଟି ବ୍ଲକରେ ୧୯ରୁ ୩୦% ପର୍ଯ୍ୟନ୍ତ ବର୍ଷା କମିଥିବାବେଳେ ୧୬ଟି ବ୍ଲକରେ ଅତି ନିଅଣ୍ଟ ୩୯ରୁ ୫୯% ପର୍ଯ୍ୟନ୍ତ କମ ବର୍ଷା ହୋଇଛି। ତେଣୁ ରାଜ୍ୟରେ ସାମଗ୍ରିକ ଭାବେ ବଳକା ବର୍ଷା ସତ୍ତ୍ବେ ପ୍ରାୟ ୬୪ଟି ବ୍ଳକରେ ବର୍ଷା ସ୍ୱାଭାବିକଠାରୁ କମ୍‍ ରହିଛି। ଆଗାମୀ ସପ୍ତାହରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ଥିବାରୁ ନିଅଣ୍ଟିଆ ପିରିସ୍ଥିତିରେ ସୁଧାର ଆସିପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି।
ଗୁରୁବାର ସନ୍ଧ୍ୟା ସୁଦ୍ଧା ଅନୁଗୋଳ, ତାଳଚେର, ଭବାନିପାଟଣା, କୋରାପୁଟ ଓ ମାଲକାନଗିରିରେ ୭ରୁ ୧୩ମିମି ବର୍ଯ୍ୟନ୍ତ ବର୍ଷା ରେକର୍ଡ଼ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories