www.samajalive.in
Friday, December 5, 2025
27.1 C
Bhubaneswar

ଲେନୋଭୋ ଆଣିବ ବିଶ୍ୱର ପ୍ରଥମ ୫-ଜି ସ୍ମାର୍ଟଫୋନ୍‍

ନୂଆଦିଲ୍ଲୀ : ଅନେକ ଟେକ୍ନୋଲୋଜି କମ୍ପାନୀ ଏବେ ୫-ଜି ନେଟୱର୍କ ଉପରେ କାମ ଆରମ୍ଭ କରିଦେଲେଣି। ଏମିତିରେ ‘ନୋକିଆ’ ଏବଂ ‘ହୁୱାଇ’ ସମେତ ଅନେକ କମ୍ପାନୀ ୫-ଜି ର ସ୍ମାର୍ଟଫୋନ ବଜାରକୁ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ଖବର ଅନୁସାରେ ଚୀନ ମୋବାଇଲ କମ୍ପାନୀ ‘ଲେନୋଭୋ’ ପ୍ରଥମେ ନିଜର ୫-ଜି ସ୍ମାର୍ଟଫୋନ ବଜାରକୁ ଆଣିବ ବୋଲି ଲେନୋଭୋର ଉପସଭାପତି ଚାଙ୍ଗ୍‍ ଚେଙ୍ଗ୍‍ କହିଛନ୍ତି। ସେ କହିଛନ୍ତି ତାଙ୍କ କମ୍ପାନୀ ପୃଥିବୀର ପ୍ରଥମ ୫-ଜି ସ୍ମାର୍ଟଫୋନ ପ୍ରସ୍ତୁତ କରିବ। ସେ କହିଛନ୍ତି କମ୍ପାନୀର ପ୍ରଥମ ୫-ଜି ଫୋନ୍‍ରେ କ୍ୱାଲାକମ୍‍ ସ୍ନାପଡ୍ରାଗନ୍‍ ୮୫୫ ପ୍ରେସେସର ରହିବ। କିନ୍ତୁ ସ୍ନାପଡ୍ରାଗନ ୮୫୫ ପ୍ରୋସେସର ଏବେ ଲଞ୍ଚ୍‍ ହେବନାହିଁ। ଆଶା କରାଯାଉଛି ୨୦୧୯ ମସିହାରେ ଏହାକୁ ଲଞ୍ଚ୍‍ କରାଯିବ ଏବଂ ଏହାପରେ ଲେନୋଭୋ ଫୋନ୍‍ ବଜାରକୁ ଆସିବ। ତେବେ ଚାଙ୍ଗ୍‍ ଚଙ୍ଗ୍‍ ଫୋନ୍‍ ଲଞ୍ଚ୍‍ ହେବାର ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରିନାହାନ୍ତି। ସୂଚନାଯୋଗ୍ୟ ଲେନୋଭୋ ବ୍ୟତୀତ ଓପୋ, ହୁୱାଇ, ଜିଓମି, ନୋକିଆ ଏବଂ ୱାନ୍‍ ପ୍ଲସ ଭଳି କମ୍ପାନୀ ମାନେ ୫-ଜି ଫୋନ୍‍ ନିର୍ମାଣ କରିବା ଉପରେ କାମ ଆରମ୍ଭ କରିଛନ୍ତି। ‘ହୁୱାଇ’ ଏବଂ ‘ଭିଭୋ’ କମ୍ପାନୀ ମଧ୍ୟ ୨୦୧୯ରେ ନିଜର ୫-ଜି ସ୍ମାର୍ଟଫୋନ୍‍ ଲଞ୍ଚ୍‍ କରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories