www.samajalive.in
Saturday, December 6, 2025
15.1 C
Bhubaneswar

ନିର୍ଦୋଷ ହୋଇ ବି ୨୮ ବର୍ଷ ଜେଲରେ ରହିଲେ, ସରକାର ଦେଲେ ୭୧ କୋଟି କ୍ଷତିପୂରଣ

କଥାରେ ଅଛି ୧୦୦ ଦୋଷୀ ଖସିଯାଆନ୍ତୁ, କିନ୍ତୁ ଜଣେ ନିର୍ଦୋଷୀ ଦଣ୍ଡ ନ ପାଉ। ମାତ୍ର ଅନେକ ସମୟରେ ଏଥିରେ ବିଚ୍ୟୁତି ଦେଖିବାକୁ ମିଳିଥାଏ। ନିର୍ଦୋଷ ହୋଇ ବି ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼େ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଦୋଷ ନ କରି ବି ଜଣେ ଯୁବକଙ୍କୁ ଭୋଗିବାକୁ ପଡ଼ିଛି ଜେଲ ଦଣ୍ଡ। ତାହା ପୁଣି ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୨୮ ବର୍ଷ।

ଏଭଳି ତ୍ରୁଟି ପାଇଁ ଏବେ ସରକାରଙ୍କୁ ତଣ୍ଡ ଗଣିବାକୁ ପଡ଼ିଛି। ସମ୍ପୃକ୍ତ ଯୁବକଙ୍କୁ ଆମେରିକା ସରକାର ଏବେ ୭୧ କୋଟି ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ଦେବାକୁ ବାଧ୍ୟ ହୋଇଛନ୍ତି। ସୂଚନା ଅନୁସାରେ, ଆମେରିକାର ଫିଲାଡେଲଫିଆରେ ଏକ ହତ୍ୟା ମାମଲାରେ ଚେଷ୍ଟର ହଲମ୍ୟାନ ନାମକ ଯୁବକଙ୍କୁ ଗିରଫ କରି ଜେଲ୍‌ ପଠାଯାଇଥିଲା। ମାମଲାର ସତ୍ୟତା ଯେତେବେଳେ ଜଣାପଡ଼ିଥିଲା ସେତେବେଳକୁ ଚେଷ୍ଟର ୨୮ ବର୍ଷ ଜେଲ୍‌ରେ ରହିସାରିଥିଲେ। ଶେଷରେ ୨୦୧୯ରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।

- Advertisement -

ତଦନ୍ତରୁ ଜଣାପଡ଼ିଥିଲା ଯେ, ୧୯୯୧ରେ ମାମଲାର ମୁଖ୍ୟ ସାକ୍ଷୀ ମିଛ ସାକ୍ଷ୍ୟ ଦେଇ ଚେଷ୍ଟରଙ୍କୁ ଫସାଇ ଦେଇଥିଲେ। ଚେଷ୍ଟର ଜେଲ୍‌ରୁ ମୁକୁଳିବା ପରେ ସରକାରଙ୍କ ବିରୋଧରେ କୋର୍ଟରେ ମକଦ୍ଦମା ରୁଜୁ କରିଥିଲେ। ନିକଟରେ ଫିଲାଡେଲଫିଆ ପ୍ରଶାସନ ଚେଷ୍ଟରଙ୍କ ପାଇଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ତେବେ ଏଥିପାଇଁ କୌଣସି ସରକାରୀ କର୍ମଚାରୀ ନିଜର ତ୍ରୁଟି ସ୍ବୀକାର କରି ନାହାନ୍ତି।

ଜେଲରୁ ମୁକୁଳିବା ପରେ ଚେଷ୍ଟର କହିଛନ୍ତି, ଦୀର୍ଘ ୨୮ ବର୍ଷ ପରେ ସେ ତାଙ୍କର ସ୍ବାଧୀନତା ଫେରି ପାଇଛନ୍ତି। ଏହା ତାଙ୍କ ପାଇଁ ଏକ କଠୋର ଅନୁଭୂତି ସାଙ୍ଗକୁ ସୁଖଦ ମଧ୍ୟ। ତାଙ୍କ ଭଳି ଅନେକ ନିର୍ଦୋଷ ଦଶନ୍ଧି ଦଶନ୍ଧି ଧରି ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି ଏବଂ ସତ୍ୟ ସାମ୍ନାକୁ ଆଣିବା ପାଇଁ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories