www.samajalive.in
Sunday, December 14, 2025
19.1 C
Bhubaneswar

ନିଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ ପୁସ୍ତକ ଲୋକାର୍ପଣ ଉତ୍ସବ 

ବୌଦ୍ଧ : ବୌଦ୍ଧର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନିଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ ବନ୍ଧୁମିଳନ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ସ୍ଥାନୀୟ ପାରିଜାତ ପେଲେସ ହୋଟେଲ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସଂସଦର ପ୍ରତିଷ୍ଠାତା ଇଂ. ସଂଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବାଚସ୍ପତି,ମନ୍ତ୍ରୀ ତଥା ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ସାହିତ୍ୟ ଦ୍ୱାରା ଅଞ୍ଚଳର ଭାଷା ଓ ସଂସ୍କୃତିର ବିକାଶ ହେବା ସହିତ ସାହିତ୍ୟ ଭାବ ସମ୍ବଳିତ ନହେଲେ କାଳଜୟୀ ହେବା ଅସମ୍ଭବ ବୋଲି ପ୍ରକାଶ କରିଥିଲେ। ବୌଦ୍ଧ ଜିଲ୍ଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରବୀଣ ସାହିତ୍ୟିକମାନଙ୍କୁ ଏକତ୍ରିତ କରି ଅଂଚଳର ପରିଚିତି ପାଇଁ ଉଦ୍ୟମ ଜାରି ରଖିଥିବାରୁ ଅନୁଷ୍ଠାର କର୍ମକର୍ତ୍ତାଙ୍କ ପ୍ରଶଂସା କରିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଗଠନମୂଳକ ସାହିତ୍ୟ ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଦୀକ୍ଷା ର ସମ୍ପାଦିକା ସୁନିତୀ ମୁଣ୍ଡ ଓ ମୁଖ୍ୟବକ୍ତା ଭାବରେ ସୁବର୍ଣର୍ପୁର ସାହିତ୍ୟ ଏକାଡେମୀ ସଦସ୍ୟ ବୋଶିଷ ପାଣ୍ଡିଆ, ଅନୁଗୁଳ ସାହିତ୍ୟ ଏକାଡେମୀର ସଦସ୍ୟ ସଂଗ୍ରାମ କେଶରୀ ପୃଷ୍ଟି, ପ୍ରାବନ୍ଧିକ ତଥା ସମୀକ୍ଷକ ଡଃ. ଲକ୍ଷ୍ମୀନାରାୟଣ ଦାଶ ଯୋଗଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଜ୍ଞାନଚାନ୍ଦ ଶତପଥିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତଥିମାନଙ୍କ ଦ୍ୱାରା ଇଂ. ସଂଜୟ କୁମାର ପଣ୍ଡାଙ୍କ ଦ୍ୱାରା ରଚିତ ଗୀତି କବିତା ପୁସ୍ତକ ଭାବ ପାଗୋଡା, ଭଜନ ସିଡି ଭାବରତ୍ନ ଓ ସନ୍ତୋଷ କୁମାର ଅଗ୍ରୱାଲାଙ୍କ ରଚିତ କେତ୍‍ହେ କଥା ପୁସ୍ତକ ଲୋକାର୍ପିତ ହୋଇଥିଲା। ଉତ୍ସବର ଦ୍ୱିତିୟ ଅଧିବେଶନରେ ବିଭିନ୍ନ ଅଂଚଳରୁ ଆସିଥିବା ୫୦ ଜଣ କବି ଓ କବୟିତ୍ରୀଙ୍କୁ ନେଇ କବିତା ଆସର ଅନୁଷ୍ଠିତ ହୋଇଥିଲା। କବି କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ଆସରରେ ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ର, ପଦ୍ମାବତୀ ମିଶ୍ର, ସୂର୍ଯ୍ୟପ୍ରିୟା ପାଣିଗ୍ରାହୀ ଓ କୃଷ୍ଣପ୍ରିୟା ହୋତା ଅତିଥି ଭାବରେ ଯୋଗଦେଇଥିଲେ। ସନ୍ତୋଷ କର୍ଣ୍ଣ ଓ ସ୍ମୃତି ଶେଫାଳୀ ମେହେର କବିତାଗୁଡିକୁ ସଂଯୋଜନା କରିଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories