www.samajalive.in
Saturday, December 13, 2025
23.1 C
Bhubaneswar

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମୁଖ୍ୟ ସୂତ୍ରଧର ଜାକିଉର ରେହମାନ ଲଖଭି ପାକିସ୍ତାନରେ ଗିରଫ

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ସୂତ୍ରଧର ତଥା ଲସ୍କର-ଏ-ତୋଏବାର ଅପରେସନ କମାଣ୍ଡର ଜାକି ଉର ରେହମାନ ଲଖଭିକୁ ପାକିସ୍ତାନରେ ଗିରଫ କରାଯାଇଛି। ୨୦୧୫ ମସିହାରୁ ଜାମିନରେ ଆସିଥିବା ଲଖଭିକୁ ଲାହୋର ପୁଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଆର୍ଥିକ ସହାୟତା ମାମଲାରେ ପଞ୍ଜାବ ପ୍ରଦେଶର ଆତଙ୍କବାଦ ନିରୋଧୀ ବିଭାଗ ଗିରଫ କରିଛି।

- Advertisement -

୬୧ ବର୍ଷିୟ ଆତଙ୍କବାଦୀ କମାଣ୍ଡର ଲଖଭି ଆତଙ୍କବାଦୀ କାର୍ଯ୍ୟକଳାପ ତଥା ବ୍ୟକ୍ତିଗତ ଖର୍ଚ୍ଚ ନିମନ୍ତେ ଅର୍ଥ ଯୋଗାଇବା ପାଇଁ ଏକ ଡାକ୍ତରଖାନା ଚଳାଉଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ଆତଙ୍କବାଦ ଆର୍ଥିକ ସହାୟତା ପାଇଁ ସଂଗୃହୀତ ପାଣ୍ଠିକୁ ବ୍ୟବହାର କରି ଲଖଭି ଏକ ଡିସପେନସାରୀ ଚଳାଉଥିବା ଅଭିଯୋଗ ହୋଇଛି। ସେ ଏହି ପାଣ୍ଠିକୁ ବ୍ୟକ୍ତିଗତ ଖର୍ଚ୍ଚରେ ମଧ୍ୟ ବ୍ୟବହାର କରୁଥିଲା। ଲଖଭିକୁ ପୂର୍ବରୁ ଜାତିସଂଘ ପ୍ରତିବନ୍ଧିତ ଆତଙ୍କବାଦୀ ଘୋଷଣା କରିଛି। ଲଖଭିକୁ ଲାହୋରର ଆତଙ୍କବାଦ ବିରୋଧୀ କୋର୍ଟରେ ହାଜର କରାଯିବ।

ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ତିନି ଦିନ ଧରି ଲସ୍କର ଏ ତୋଏବା ଆତଙ୍କବାଦୀଙ୍କ ଦ୍ୱାରା ସଂଗଠିତ ଆକ୍ରମଣ ଏବଂ ବିସ୍ଫୋରଣରେ ୧୬୬ ଜଣ ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଆହତ ହୋଇଥିଲେ। ସମୁଦ୍ର ପଥ ଦେଇ ପାକିସ୍ତାନରୁ ମୁମ୍ବାଇକୁ ଆସିଥିବା ଆତଙ୍କବାଦୀମାନେ ଛତ୍ରପତି ଶିବାଜୀ ଟର୍ମିନସ ରେଳ ଷ୍ଟେସନ, କାମା ହସ୍ପିଟାଲ, ଲିଓପୋଲ୍ଡ କାଫେ, ତାଜମହଲ ପ୍ୟାଲେସ ହୋଟେଲ, ଓବରାଇ ଟ୍ରାଇଡେଣ୍ଟ ଏବଂ ନରିମାନ ହାଉସ ବ୍ୟବସାୟ ତଥା ଆବାସିକ କମ୍ପ୍ଲେକ୍ସକୁ ଟାର୍ଗେଟ କରିଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories