www.samajalive.in
Wednesday, December 10, 2025
18.1 C
Bhubaneswar

୨୦ ଦିନ ଯାଏଁ ଘରେ ପଡିଥିଲା ମୃତଦେହ, ଆତ୍ମା ଫେରାଇ ଆଣିବାକୁ ଚାଲିଥିଲା ପୂଜାର୍ଚ୍ଚନା

ଦିଣ୍ଡିଗୁଲ : ତାମିଲନାଡୁର ଦିଣ୍ଡିଗୁଲରୁ ଅତ୍ୟନ୍ତ ସ୍ପର୍ଶକାତର ତଥା ଯନ୍ତ୍ରଣାଦାୟକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଦୁଇ ସନ୍ତାନର ମାଙ୍କର ମୃତ୍ୟୁ ଘଟିଛି, ପିଲାମାନେ ଆଶା କରି ଅପେକ୍ଷା କରିଛନ୍ତି ଯେ ଭଗବାନ ତାଙ୍କ ଆତ୍ମାକୁ ଫେରାଇ ଦେବେ। ଜଣେ ପୁରୋହିତ ପିଲାମାନଙ୍କୁ ଏହି ସାନ୍ତ୍ୱନା ଦେଇଛି ଯେ ପୂଜା କରିବା ଦ୍ବାରା ଇଶ୍ବର ସେମାନଙ୍କ ମାଙ୍କ ଆତ୍ମାକୁ ପଠାଇ ଦେବେ।

ପୁରା ଘଟଣା ଏହିପରି ….ଇନ୍ଦିରା ନାମକ ଜଣେ ମହିଳା ଦିଣ୍ଡିଗୁଲର ପୁଲିସ ଷ୍ଟେସନର ହେଡ କନଷ୍ଟେବଳ ଭାବରେ କାର୍ଯ୍ୟ କରିଥିଲେ। ମହିଳାଙ୍କର କିଡନୀ ସମ୍ବନ୍ଧୀୟ ସମସ୍ୟା ଥିଲା। କିଛି ବର୍ଷ ପୂର୍ବେ ଇନ୍ଦିରା ନିଜ ପିଲାମାନଙ୍କଠାରୁ ଅଲଗା ହୋଇ ଯାଇଥିଲେ। ଇନ୍ଦିରାଙ୍କର ଏକ ୧୩ ବର୍ଷର ପୁଅ ଏବଂ ୯ ବର୍ଷର ଝିଅ ଥିଲା। ଉଭୟ ପିଲାଙ୍କୁ ଇନ୍ଦିରା ଏକୁଟିଆ ପାଳୁଥିଲେ।

- Advertisement -

କିଡନୀ ସମସ୍ୟା କାରଣରୁ ଇନ୍ଦିରା କିଛି ସମୟ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ପାଇଁ ପୁଲିସ ବିଭାଗକୁ ଅନୁରୋଧ କରିଥିଲେ। ଇନ୍ଦିରା ଥାନାକୁ ମଧ୍ୟ କିଛି ଦିନ ହେବ ଆସୁ ନଥିଲା। ଏନେଇ ସୂଚନା ପାଇବା ପାଇଁ ଜଣେ ମହିଳା କନଷ୍ଟେବଳ ଇନ୍ଦିରାଙ୍କ ଘରେ ପହଞ୍ଚିଥିଲେ। ସେ ଉଭୟ ପିଲାଙ୍କୁ ଘର ଭିତରେ ପାଇଥିଲେ ଏବଂ ଘର ଭିତରୁ ପ୍ରବଳ ଗନ୍ଧ ଆସୁଥିଲା।

ଯେତେବେଳେ ମହିଳା କନଷ୍ଟେବଳ ଜଣକ ପିଲାମାନଙ୍କୁ ଇନ୍ଦିରା ବିଷୟରେ ପଚାରିଲେ, ପିଲାମାନେ କହିଥିଲେ ଯେ ମା ଶୋଇଛନ୍ତି ଏବଂ ତାଙ୍କୁ ଉଠାନ୍ତୁ ନାହିଁ, ନଚେତ୍ ଭଗବାନ ତାଙ୍କୁ କ୍ଷତି ପହଞ୍ଚାଇବେ। ଏହା ଶୁଣି କନଷ୍ଟେବଳଙ୍କ ସନ୍ଦେହ ହୋଇଥିଲେ ଏବଂ ସେ ଏବିଷୟରେ ଅଧିକାରୀମାନଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ଜଣାପଡିଥିଲା ଯେ ଇନ୍ଦିରାଙ୍କର ମୃତ୍ୟୁ ହୋଇସାରିଛି।

୨୦ ଦିନ ପୂର୍ବରୁ ଇନ୍ଦିରାଙ୍କର ମୃତ୍ୟୁ ହୋଇଥିଲା। ପୂଜା ଇତ୍ୟାଦି ସାମଗ୍ରୀ ଇନ୍ଦିରା ଚାରିପାଖରେ ପଡ଼ି ରହିଥିଲା। ପୁଲିସ ଅନୁସନ୍ଧାନ ଜଣାପଡିଲା ଯେ, ଡିସେମ୍ବର ୭ରୁ ଇନ୍ଦିରା ହୋସ୍‌ରେ ନାହାଁନ୍ତି। କିନ୍ତୁ ସ୍ଥାନୀୟ ଜଣେ ପୁରୋହିତ ଇନ୍ଦିରାଙ୍କ ମୃତଦେହକୁ ଡାକ୍ତରଖାନା ନ ନେବା ପାଇଁ ପିଲାମାନଙ୍କୁ ଏବଂ ଇନ୍ଦିରାଙ୍କ ଭଉଣୀଙ୍କୁ ବାରଣ କରିଥିଲେ। ପୁରୋହିତ ସୁଦର୍ଶନଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନା ନିଆଯାଇନଥିଲା ଏବଂ ଘରେ ପୂଜାପାଠ ଚାଲିଥିଲା।

ସେହି ଦିନଠାରୁ ସୁଦର୍ଶନ ମଧ୍ୟ ପରିବାର ସହିତ ଘରେ ରହୁଥିଲେ। ଘରକୁ ବାହାର ପଟୁ ବନ୍ଦ କରି ଇନ୍ଦିରାଙ୍କ ଆତ୍ମାକୁ ଫେରାଇ ଆଣିବା ପାଇଁ ୨୦ ଦିନ ଧରି ପୂଜା କରାଯାଇଥିଲା। ଇନ୍ଦିରାଙ୍କ ପିଲାମାନେ ପୁଲିସକୁ କହିଥିଲେ ଯେ, କେହି ସେମାନଙ୍କ ମା’ଙ୍କୁ ହଇରାଣ କରିବେ ନାହିଁ, ସେ କେବଳ ଶୋଇଛନ୍ତି। ଏହା ଶୁଣି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପୁରୋହିତ ସୁଦର୍ଶନ ଏବଂ ଇନ୍ଦିରାଙ୍କ ଭଉଣୀଙ୍କୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି। ଏହି ମାମଲାକୁ ପୁଲିସ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories