ଲଣ୍ଡନରେ ଶିଖ ଛାତ୍ରଙ୍କୁ ଆକ୍ରମଣ

0

ଲଣ୍ଡନ : ଇଂଲଣ୍ଡର ରାଜଧାନୀ ଲଣ୍ଡନ ସହରରେ ଥିବା ଏକ ନାଇଟକ୍ଲବରେ ଜଣେ ଶିଖ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି। ଅମ୍ରିକ ସିଂହ ନାମକ ଏହି ୨୨ ବର୍ଷୀୟ ଆଇନ ଛାତ୍ର ଶୁକ୍ରବାର ନଟିଙ୍ଗ୍‌ହାମସାୟାରସ୍ଥିତ ଏହି ନାଇଟ୍‌କ୍ଲବକୁ ଯାଇଥିଲେ। ତେବେ ପଗଡି ପିନ୍ଧିଥିବାରୁ ସେ କ୍ଲବରେ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଥିଲା। ତେବେ ଏହା ଶିଖ ଧର୍ମର ପ୍ରତୀକ ବୋଲି ଅମ୍ରିକ ଯେତେ ବୁଝାଇଥିଲେ ସୁଦ୍ଧା ନାଇଟକ୍ଲବର ସୁରକ୍ଷାକର୍ମୀ ଏହାକୁ ବିଶ୍ୱାସ କରିନଥିଲେ। ଯୁକ୍ତିତର୍କ ହେବାପରେ ସୁରକ୍ଷାକର୍ମୀମାନେ ଅମ୍ରିକଙ୍କୁ ଘୋଷାଡି ଘୋଷାଡି କ୍ଲବ ବାହାରକୁ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ନାଇଟକ୍ଲବ ମାଲିକ ଏହି ଘଟଣା ପାଇଁ କ୍ଷମାପ୍ରାର୍ଥନା କରିଥିବାବେଳେ ସଂପୃକ୍ତ ସୁରକ୍ଷାକର୍ମୀଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।

Leave A Reply