www.samajalive.in
Saturday, December 6, 2025
15.1 C
Bhubaneswar

ଓଡ଼ିଶାର କାଶ୍ମୀର ‘ଦାରିଙ୍ଗବାଡ଼ି’

କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଏହାର ମନୋରମ ଦୃଶ୍ୟ ପାଇଁ ଓଡ଼ିଶାର କାଶ୍ମୀର ଭାବେ ପରିଚିତ। ଏଠାକାର ଶୈଳ ନିବାସ (ହିଲ୍‍ ଷ୍ଟେସନ) ପର୍ଯ୍ୟଟକଙ୍କୁ ଖୁବ ଆକୃଷ୍ଟ କରିଥାଏ।
ଇଂରେଜ ଶାସନ ସମୟରେ ଏକ ଇଂରେଜ ଅଫିସର ଏଠାରେ ନିଯୁକ୍ତି ପାଇଥିଲେ। ତାଙ୍କ ନାମ ଦାରିଙ୍ଗ୍‍ ସାହେବ ଥିଲା। କାଳକ୍ରମେ ତାଙ୍କ ନାମ ଅନୁଯାୟୀ ଏଠାକାର ନାମ ଦାରିଙ୍ଗ୍‍ବାଡ଼ି ହୋଇଥିବା କୁହାଯାଏ।
ଶୀତ ଦିନେ ଦାରିଙ୍ଗବାଡ଼ିର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସକୁ ଖସି ଆସିବାରୁ ବରଫପାତ ହୁଏ। ହଳଦୀ ଓ ଅଦା ଚାଷ ଯୋଗୁ ଦେଶବିଦେଶରେ ଏହି ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ହୋଇଛି। ପ୍ରକୃତି ନିଜର ସମସ୍ତ ସୌନ୍ଦର୍ଯ୍ୟ ଏଠାରେ ଅର୍ପଣ କରିଥିବା ପର୍ଯ୍ୟଟକମାନେ ମତ ଦିଅନ୍ତି।

- Advertisement -

ତେଣୁ ଦାରିଙ୍ଗବାଡ଼ିକୁ ଓଡ଼ିଶା କାଶ୍ମୀର ମଧ୍ୟ କୁହାଯାଏ। ବର୍ଷର ସବୁଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ଶୀତଋତୁରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଏ।


ଏହି ସ୍ଥାନ ବ୍ରହ୍ମପୁର ଷ୍ଟେସନରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଅବସ୍ଥିତ। ସେଠାରୁ ବସ୍‍ କିମ୍ବା ଗାଡ଼ି କରି ଦାରିଙ୍ଗବାଡ଼ି ଯିବାକୁ ପଡ଼ିବ। ଫୁଲବାଣୀ ଓ ବାଲିଗୁଡ଼ାରୁ ମଧ୍ୟ ନିଜେ ଗାଡ଼ି କରି ଯାଇପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories