www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ ଉପରୁ ରୁଷ ଯୁଦ୍ଧାସ୍ତ୍ର କ୍ରୟ କଟକଣା ହଟିପାରେ

ୱାଶିଂଟନ୍‍: ଏଣିକି ଭାରତ ରୁଷିଆରୁ ଯୁଦ୍ଧାସ୍ତ୍ର ବିନା ଦ୍ୱିଧାରେ କିଣିପାରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏ ସମ୍ପର୍କିତ ଏକ ବିଲ୍‍କୁ ଆଜି ଆମେରିକା କଂଗ୍ରେସ ପାରିତ କରିଛି। ପୂର୍ବରୁ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ର ଉପରେ ରୁଷିଆରୁ ଯୁଦ୍ଧାସ୍ତ୍ର ନ କିଣିବା ପାଇଁ ଆମେରିକା କଟକଣା ଜାରି କରିଥିଲା। ଏଥିଯୋଗୁଁ ଭାରତ ରୁଷିଆ ଓ ଆମେରିକା ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା। ଭାରତ ସହିତ ରୁଷିଆର ବନ୍ଧୁତ୍ୱ ବହୁ ପୁରୁଣା ହୋଇଥିବା ବେଳେ ଆମେରିକା କଟକଣା ଯୋଗୁଁ ଦୁଇ ଦେଶର ସମ୍ପର୍କରେ କିଛିଟା ଭଟ୍ଟା ପଡ଼ିଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ସେହିଭଳି ରୁଷିଆ ସହିତ ସମ୍ପର୍କ ଦୃଢ଼ କରିବାକୁ ଯୁଦ୍ଧାସ୍ତ୍ର କିଣିବାକୁ ଯାଇ ଆମେରିକାକୁ ଅସନ୍ତୁଷ୍ଟ କରିବାକୁ ଭାରତ ଚାହୁଁ ନାହିଁ। ବିଗତ ଦିନରେ ରୁଷିଆ ସହିତ ଯୁଦ୍ଧାସ୍ତ୍ର କ୍ରୟ ରାଜିନାମା ପରେ ଆମେରିକା ସହିତ ଭାରତ ସମ୍ପର୍କରେ କିଛିଟା ତିକ୍ତତା ଆସିଥିବା ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ଆମେରିକା କଂଗ୍ରେସର ସୁପାରିସ ପରେ ଭାରତ ଏହି ଦ୍ୱନ୍ଦ୍ୱରୁ ଆପାତତଃ ମୁକୁଳିବାକୁ ଯାଉଥିବା କୁହାଯାଉଛି।
ଆଜି ଆମେରିକା କଂଗ୍ରେସ ନ୍ୟାଶ୍‍ନାଲ୍‍ ଡିଫେନ୍ସ ଅଥରାଇଜେସନ୍‍ ଆକ୍ଟ – ୨୦୧୯ ବା ଜାତୀୟ ପ୍ରତିରକ୍ଷା ପ୍ରାଧିକରଣ ଆଇନ୍‍-୨୦୧୯ର ଏକ ରିପୋର୍ଟକୁ ପାରିତ କରିଛି। ଏହାପରେ ବିଲ୍‍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଟ୍ରମ୍ପଙ୍କ ଦସ୍ତଖତ ପରେ ଏହା ଆଇନରେ ପରିଣତ ହେବ ଏବଂ ଭାରତ ସମେତ ଅନ୍ୟ ଦେଶ ପାଇଁ ଲାଗୁ ହୋଇଥିବା କଟକଣା ହଟିବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories