www.samajalive.in
Saturday, December 6, 2025
26.1 C
Bhubaneswar

ଡୋକଲାମ ପ୍ରସଙ୍ଗରେ ଭାରତର କୂଟନୀତି ବିଫଳ,ଯବାନଙ୍କ ସହ ବିଶ୍ୱାସଘାତ: ରାହୁଲ

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନରେ ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଡୋକଲାମ ବିବାଦ ଉପରେ ନିଜ ମନ୍ତବ୍ୟ ରଖିଥିଲେ। କେନ୍ଦ୍ର ମନ୍ତ୍ରୀ ଡୋକଲାମରେ କୌଣସି ବିବାଦ ନାହିଁ ତାହା କୁଟନୈତିକସ୍ତରରେ ସମାଧାନ ହୋଇଯାଇଛି ବୋଲି ମନ୍ତବ୍ୟ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟର ୨୪ଘଣ୍ଟା ନପୁରୁଣୁ କଂଗ୍ରେସ ଅଧ୍ୟକ୍ଷ ରାହଲ ଗାନ୍ଧି ଡୋକଲାମ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନକୁ ଚ୍ୟାଲେଞ୍ଜ କରିଛନ୍ତି। ରାହୁଳ ତାଙ୍କ ଟ୍ୱିଟ୍‍ରେ “ସୁଷମା ସ୍ୱରାଜଙ୍କ ପରି ମହିଳା ଚୀନର ଶକ୍ତି ଆଗରେ ମୁଣ୍ଡ ନୁଆଇ ଦେଲେ, ଏହା ସୀମାରେ କାର୍ଯ୍ୟରତ ଯବାନଙ୍କ ପ୍ରତି ବିଶ୍ୱାସଘାତ’ ବୋଲି ଉଲ୍ଲେଖ କରିଥିଲେ।
ବୁଧବାର ସଂସଦରେ ସୁଷମା ତାଙ୍କ ମନ୍ତବ୍ୟରେ ଡୋକଲାମ ସୀମାରେ କୌଣସି ବିବାଦ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଏବେ କୌଣସି ବିବାଦ ନାହିଁ। ଏଭଳି ପରିସ୍ଥିତିରେ ଉକ୍ତ ପ୍ରସଙ୍ଗକୁ ବାରମ୍ବାର ଉଠାଇବା ପ୍ରଚ୍ଛଦରେ କୌଣସି କାରଣ ନାହିଁ ବୋଲି ସୁଷମା ମନ୍ତବ୍ୟ ଦେଇଥିଲେ।
ସିକିମ୍‍ ସୀମାନ୍ତ ଡୋକଲାମରେ ଭାରତ-ଚୀନ ସେନା ପ୍ରାୟତଃ ୭୩ଦିନ ପର୍ଯ୍ୟନ୍ତ ସାମ୍ନାସାମ୍ନି ଛିଡ଼ା ହୋଇଥିଲେ। ଚୀନ ପକ୍ଷରୁ ନିର୍ମାଣ ହେଉଥିବା ରାସ୍ତା କାର୍ଯ୍ୟକୁ ଭାରତୀୟ ସେନା ବନ୍ଦ କରିଦେବାରୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଏହି ବିବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ଗସ୍ତ କରି ଏହାର ସମାଧାନ କରିଥିଲେ। ୨୮ଅଗଷ୍ଟ ୨୦୧୭ରେ ଏହି ବିବାଦର ସମାଧାନ ହୋଇଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories