www.samajalive.in
Saturday, December 6, 2025
15.1 C
Bhubaneswar

କଲେଜ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ବାଲେଶ୍ୱର: ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗଟି ଗ୍ରାମର ଜଣେ ଜ୍ବାଇଁଙ୍କ ବିରୋଧରେ ହୋଇଛି। ବାଲେଶ୍ବର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦିଗଭଅଁରା ଗ୍ରାମରେ ଏହି ଅଘଟଣ ଘଟିଛି । ଏହି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ନାମ କାହ୍ନୁ ଚରଣ ଓ ବଳାତ୍କାର ଶିକାର ହୋଇଥିବା ଛାତ୍ରୀ ଗୋପାଳପୁର ମହାବିଦ୍ୟାଳୟର ବୋଲି ଜଣାପଡିଛି।

ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ୨୮ରେ ଛାତ୍ରୀ ଜଣଙ୍କ କଲେଜ ଯାଉଥିବା ବେ​‌ଳେ ଅଭିଯୁକ୍ତ କାହ୍ନୁ ରାସ୍ତାରେ ଭେଟ ହୋଇଥିଲେ । ଛାତ୍ରୀଙ୍କୁ କଥାରେ ଫସାଇ ମଙ୍ଗଳପୁର ଅଞ୍ଚଳରେ ଥିବା ଏକ ଘରୁ ନେଇଯାଇଥିଲେ । ସେଠାରେ ଛାତ୍ରୀଙ୍କ ନିଶା ଦେଇ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୀଡ଼ିତାଙ୍କର ଡାକ୍ତରୀମାଇନା କରାଯାଇଛି। ଅଭିଯୁକ୍ତ କାହ୍ନୁ ଫେରାର ହୋଇଯାଇଥିବା ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories