www.samajalive.in
Sunday, December 7, 2025
16.1 C
Bhubaneswar

ଲେମ୍ବୁର ଏହି ଉପକାରୀ ଗୁଣ ଶରୀର ପାଇଁ ହିତ

ଲେମ୍ବୁ ପାଣି ଆମେ ସବୁ ସମୟରେ ପିଇଥାଉ। ଏହାଦ୍ୱାରା ଆମ ଶରୀରର ଅନେକ ଲାଭ ହୋଇଥାଏ। ଲେମ୍ବୁ ଦ୍ୱାରା ଆମ ଶରୀରର ଅନେକ ସସସ୍ୟା ଦୂର ହୋଇଥାଏ। ଲେମ୍ବୁକୁ ଠିକ ଭାବେ ବ୍ୟବହାର କରିବା ଦ୍ୱାରା ଆମେ ଅନେକ ଲାଭ ପାଇ ପାରିବା। ଆସନ୍ତୁ ଜାଣିବା ଲେମ୍ବୁର କିପରି ବ୍ୟବହାର କରିବା..
ଲେମ୍ବୁରେ ସାଇଟ୍ରିକ ଏସିଡ ରହିଛି। ଏହା ପେଟରେ ଷ୍ଟୋନ ହେବାରୁ ରକ୍ଷା କରିଥାଏ। ପ୍ରତିଦିନ ଲେମ୍ବୁ ପାଣି ପିଇବା ଦ୍ୱାରା ଷ୍ଟୋନ ହେବାର ଆଶଙ୍କା କମି ଯାଇଥାଏ।ପ୍ରାୟତଃ ଦେଖାଯାଇଥାଏ ଯେ, କେତେକ ବ୍ୟକ୍ତି ସକାଳୁ ଉଠି ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଥାନ୍ତି। ଏପରି କରିବାର ଅନେକ କାରଣ ରହିଛି। ଏପରି କରିବା ଦ୍ୱାରା ବ୍ୟକ୍ତିର ପାଚନ କ୍ରିୟା ଠିକ ରୂପେ ହୋଇଥାଏ। ଖାଦ୍ୟ ଠିକ ରୂପେ ହଜମ ହେବା ସହ ବ୍ୟକ୍ତି ସୁସ୍ଥ ରହିଥାଏ।
ଲେମ୍ବୁରେ ଭିଟାମିନ ସି ଅଧିକ ପରିମାଣରେ ରହିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଲେମ୍ବୁ ପାଣି ପିଉଥିବା ବ୍ୟକ୍ତିଙ୍କୁ ଜ୍ୱର ଓ ଥଣ୍ଡା କମ ହୋଇଥାଏ।ପାଟି ଦୁର୍ଗନ୍ଧ ହେଉଥିଲେ ଏକ ଗ୍ଲାସ ଲେମ୍ବୁ ପିଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଦୁର୍ଗନ୍ଧ ବନ୍ଦ ହୋଇଯିବ।
ଧ୍ୟାନ ଦିଅନ୍ତୁ: ଲେମ୍ବୁ ସର୍ବଦା ସତେଜ ହୋଇଥିବା ଆବଶ୍ୟକ। ଲେମ୍ବୁ ପାଣି ଥଣ୍ଡା ଓ ଉଷୁମ ଉଭୟ ଭାବେ ପିଇ ପାରିବା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories