www.samajalive.in
Monday, December 8, 2025
24.1 C
Bhubaneswar

ଏଭଳି କାର୍ଯ୍ୟ କଲେ ଗୃହରେ ରହନ୍ତି ନାହିଁ ମା’ଲକ୍ଷ୍ମୀ

ପ୍ରତିଦିନ ଗୃହରେ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଏହା ଦ୍ୱାରା ଧନର ବୃଦ୍ଧି ହୋଇଥାଏ। ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ। ଏଥିରେ ଆମେ ବ୍ୟତିବ୍ୟସ୍ତ ହୋଇପଡୁ ଏବଂ ଭଗବାନଙ୍କୁ ଦୋଷ ଦେଇଥାଉ। ପ୍ରକୃତରେ ଏହା ପଛର କାରଣ ହେଉଛି ଆମେ ଅଜଣାତରେ ଏପରି କିଛି କାର୍ଯ୍ୟ କରୁ ଯାହା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ କାର୍ଯ୍ୟ ସମ୍ବନ୍ଧରେ…..
ସର୍ବଦା ଗୃହରେ ବିନା କାରଣରେ କ୍ରୋଧ କଲେ, ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି ଓ ସେହି ଗୃହରେ ଅଶାନ୍ତି ଲାଗି ରହେ।
ଘରକୁ ଯଦି କୌଣସି ସାଧୁ ଖାଦ୍ୟ ଖାଇବା ସମୟରେ ଆସନ୍ତି, ତାଙ୍କ ଉପରେ ବିରକ୍ତ ହେବା ଉଚିତ ନୁହେଁ।
ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଦୀପ ଜଳାଇବା ଉଚିତ। ଏହା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ସେହି ଗୃହରେ ଧନର ଅଭାବ ରହେ ନାହିଁ।


କୌଣସି ଶାସ୍ତ୍ରର ଅନାଦାର କରିବା ମଧ୍ୟ ଉଚିତ ନୁହେଁ, ଏହା ଦ୍ୱାରା ନିଜର ମାନସମ୍ମାନ ହାନି ହୋଇଥାଏ।
ସକାଳେ ଅଧିକ ସମୟ ଓ ସୂର୍ଯ୍ୟ ଅସ୍ତ ସମୟରେ ଶୋଇବା ଦ୍ୱାରା ଗୃହରେ ଧନହାନୀ ହେବା ସହ ରୋଗଗ୍ରସ୍ତ ହୋଇଥାଆନ୍ତି।
ସର୍ବଦା ସ୍ୱଚ୍ଛ ବସ୍ତ୍ର ପିନ୍ଧିବା ଆବଶ୍ୟକ। ଏହା ଦ୍ୱାରା ମା’ଙ୍କ କୃପା ରହିଥାଏ।

- Advertisement -


ଗୃହକୁ ମଧ୍ୟ ସର୍ବଦା ପରିଷ୍କାର ପରିଚ୍ଛନ ରଖିବା ଉଚିତ। ଏପରି ଘରେ ଲକ୍ଷ୍ମୀଙ୍କ ବାସ ରହିଥାଏ।


ଯେଉଁ ପାଉଞ୍ଜି ପିନ୍ଧୁଛନ୍ତି ସେଥିରେ ଘୁଙ୍ଗୁର ରହିବା ଆବଶ୍ୟକ। ଏହା ଦ୍ୱାରା ମା’ଳକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ବୃଦ୍ଧି ହୋଇଥାଏ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories