ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍ର ଆର୍ଥିକ ସ୍ଥିତି ଏବେ ଭଲ ନାହିଁ। ଏବେଠାରୁ କୌଣସି ପଦକ୍ଷେପ ନ ନେଲେ ଆଗକୁ ସଙ୍କଟ ଦେଖାଦେଇପାରେ। ତେଣୁ ଖର୍ଚ୍ଚ କାଟ ପରି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ଜେଟ୍ ଏୟାରୱେଜ୍ କର୍ତ୍ତୃପକ୍ଷ। ଖର୍ଚ୍ଚ କାଟ ସମ୍ପର୍କରେ ପାଇଲଟ୍ ସଂଘର ପ୍ରତିନିଧିଙ୍କ ସହିତ କର୍ତ୍ତୃପକ୍ଷ ଆଲୋଚନା କରିଥିବା ଜଣାପଡ଼ିଛି। ସେମାନଙ୍କୁ ଏୟାରୱେଜ୍ର ଆର୍ଥିକ ସ୍ଥିତି ବିଷୟରେ ଅବଗତ କରାଇବା ସହିତ ଯଦି ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଆଗାମୀ ଦିନରେ ସ୍ଥିିତି ଆହୁରି ଅଧିକ ବିିଗିଡ଼ିପାରେ ଏପରିକି କର୍ମଚାରୀ ଛଟେଇ ପରି ପରିସ୍ଥିତି ଉପୁଜିପାରେ ବୋଲି କର୍ତ୍ତୃପକ୍ଷ ସୂଚାଇ ଦେଇଛନ୍ତି।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ମାସିକ ଲକ୍ଷେ ଟଙ୍କାରୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କ ଦରମାରେ ୫% ଓ ବାର୍ଷିକ କୋଟିଏ ଟଙ୍କାରୁ ଅଧିକ ପାଉଥିବା କର୍ମଚାରୀଙ୍କ ଦରମାରେ ୨୦% ପର୍ଯ୍ୟନ୍ତ କାଟ କରାଯିବ।
କର୍ମଚାରୀଙ୍କ ଦରମା କାଟିବ ଜେଟ୍ ଏୟାରୱେଜ୍
Popular Categories



