www.samajalive.in
Sunday, December 14, 2025
23.1 C
Bhubaneswar

୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବାତିଲ

ନୂଆଦିଲ୍ଲୀ: ଭାରତରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ବ୍ରିଟେନକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ସେବା ବାତିଲ କରାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏ ନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଯୋଗୁ ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଗତ ମଙ୍ଗଳବାର ୬ ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ ଠାବ ହୋଇଥିଲା। ଏହା ପରେ ବୁଧବାର ଆଉ ୧୪ ବ୍ରିଟେନ ଫେରନ୍ତାଙ୍କଠାରେ ଏହି ଷ୍ଟ୍ରେନ ଚିହ୍ନଟ ହୋଇଥିଲା। ଏହା ପରେ ବ୍ରିଟେନକୁ ବିମାନ ସେବା କଟକଣା ସମୟସୀମା ବୃଦ୍ଧି କରାଯାଇଛି।

- Advertisement -

ଗତ ମଙ୍ଗଳବାର ଯେଉଁ ୬ ନମୁନାରେ ବ୍ରିଟେନର ନୂଆ ଷ୍ଟେନ ଚିହ୍ନଟ ହୋଇଥିଲା ସେଥିରୁ ୩ଟି ନମୁନା  ବେଙ୍ଗାଲୁରୁର ନିମ୍‌ହାନ୍‌ସ ଲ୍ୟାବରେ ପରୀକ୍ଷା କରାଯାଇଥିବାବେଳେ ୨ଟି ନମୁନା ହାଇଦ୍ରାବାଦର ସିସିଏମବି ଏବଂ ଗୋଟିଏ ପୁଣେର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜିରେ ଚିହ୍ନଟ ହୋଇଥିଲା। ଆଜି ଚିହ୍ନଟ ହୋଇଥିବା ୧୪ ନମୁନାରୁ ଦିଲ୍ଲୀର ଏନସିଡିସି ଲ୍ୟାବରେ ସର୍ବାଧିକ ୮ ନମୁନାରୁ ନୂଆ ଷ୍ଟ୍ରେନ ଠାବ ହୋଇଛି। ସେହିପରି କଲକାତାର ଏନଆଇବିଜିରେ ଗୋଟିଏ ନମୁନା, ବେଙ୍ଗାଲୁରୁ ନିମ୍‌ହାନ୍‌ସରେ ୪ ଏବଂ ଆଇଜିଆଇବି ଲ୍ୟାବରେ ଗୋଟିଏ ନମୁନାରୁ ନୂଆ ଷ୍ଟ୍ରେନ ମିଳିଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories