www.samajalive.in
Saturday, December 6, 2025
17.1 C
Bhubaneswar

ମୋଟ ପଜିଟିଭ ଟପିଲା ୩ଲକ୍ଷ ୨୯ ହଜାର ; ନୂଆ ଆକ୍ରାନ୍ତ ୩୦୫

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇବା ସହ ଏହା ୪୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୦୫ ନୂଆ ଆକ୍ରାନ୍ତ। ସଙ୍ଗରୋଧ କେନ୍ଦ୍ରରୁ ୧୭୪ , ସ୍ଥାନୀୟ ୧୩୧ । ମୋଟ ପଜିଟିଭଙ୍କ ସଂଖ୍ୟା ୩,୨୯,୩୦୬କୁ ବୃଦ୍ଧି ପାଇଛି। ୩,୨୪,୭୭୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୬୦୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡରୁ ସର୍ବାଧିକ ୨୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୬, ବାଲେଶ୍ୱର ୧୪, ବରଗଡ ୨୫, ଭଦ୍ରକ ୨, ବଲାଙ୍ଗୀର ୧୬, ବୌଦ୍ଧ ୩, କଟକ ୨୩, ଦେଓଗଡ ୪, ଢେଙ୍କାନାଳ ୨, ଗଞ୍ଜାମ ୧, ଜଗତସିଂହପୁର ୯, ଯାଜପୁର ୧୬, ଝାରସୁଗୁଡ଼ା ୮, କଳାହାଣ୍ଡି ୫, କନ୍ଧମାଳ ୧, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୧୭, ଖୋର୍ଦ୍ଧା ୨୩, କୋରାପୁଟ ୧, ମୟୁରଭଞ୍ଜ ୧୯, ନବରଙ୍ଗପୁର ୧, ନୟାଗଡ ୬, ନୂଆପଡ଼ା ୬, ପୁରୀ ୧, ରାୟଗଡା ୧, ସୋନପୁର ୩, ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories