www.samajalive.in
Saturday, December 6, 2025
17.1 C
Bhubaneswar

ସୋନିଆଙ୍କୁ ଚିଠି; ଉଦ୍ଧବ ସରକାରରେ କଂଗ୍ରେସକୁ ଦୁର୍ବଳ କରିବାକୁ ହେଉଛି ଷଡ଼ଯନ୍ତ୍ର

ମୁମ୍ବଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ଵରେ କ୍ଷମତାସୀନ ମହାବିକାଶ ଅଘାଡ଼ୀ ମେଣ୍ଟ ସରକାରରେ କଂଗ୍ରେସକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ହେଉଛି। ବିଭିନ୍ନ କାର୍ଯ୍ୟକ୍ରମରେ କଂଗ୍ରେସକୁ ଅଣଦେଖା କରାଯାଉଛି। ଏଭଳି ଅଭିଯୋଗ କରିଛନ୍ତି ମୁମ୍ବଇ କଂଗ୍ରେସର ମହାସଚିବ ବିଶ୍ଵବନ୍ଧୁ ରାୟ। ସେ ଏ ସମ୍ପର୍କରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ବିଶ୍ଵବନ୍ଧୁଙ୍କ କହିବା ଅନୁସାରେ, ମହାରାଷ୍ଟ୍ରର ମହାବିକାଶ ଅଘାଡ଼ୀ ସରକାରର ଏକ ବର୍ଷ ପୂରଣ ହୋଇଯାଇଛି। ଏହି ସମୟରେ କଂଗ୍ରେସ ରାଜ୍ୟ ସରକାରରେ ସହଯୋଗୀ ଭାବେ ରହିଛି। ଶିବସେନା ଏବଂ ଏନସିବି ରାଜ୍ୟରେ ସରକାର ଚଳାଇବା ଭୂମିକାରେ ରହିଛନ୍ତି। କିନ୍ତୁ ଏନସିପି ‘ଉଇ’ ଭଳି କଂଗ୍ରେସକୁ ଦୁର୍ବଳ କରିବାରେ ଲାଗିଛି।

- Advertisement -

ସେ ଆହୁରି କହିଛନ୍ତି, କଂଗ୍ରେସ ମନ୍ତ୍ରୀମାନଙ୍କୁ ମହାରାଷ୍ଟ୍ର ସରକାରରେ ତୃଣମୂଳ ସ୍ତରରେ କୌଣସି ସାଂଗଠନିକ କାର୍ଯ୍ୟ ଦିଆଯାଉ ନାହିଁ। ସାଧାରଣ ଜନତାଙ୍କ ଭଳି ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କୁ ମନ୍ତ୍ରୀମାନଙ୍କ ବିଭାଗ ବିଷୟରେ ଜଣାନାହିଁ। ଆମ ସହଯୋଗୀମାନେ ରଣନୀତି ପ୍ରସ୍ତୁତ କରି ଆମ ଦଳକୁ କ୍ଷତି ପହଞ୍ଚାଉଛନ୍ତି ଏବଂ ନିଜ ଦଳକୁ ଅଗ୍ରଗତି କରିବାରେ ବ୍ୟସ୍ତ ରହୁଛନ୍ତି।

ସୋନିଆଙ୍କୁ ଲେଖିଥିବା ଚିଠିରେ ବିଶ୍ଵବନ୍ଧୁ କହିଛନ୍ତି, ଏହି ଷଡ଼ଯନ୍ତ୍ରକୁ ରୋକିବାରେ ଆମେ ବିଫଳ ହୋଇଛୁ। ରାଜ୍ୟବାସୀଙ୍କୁ କଂଗ୍ରେସ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହାକୁ ପୂରଣ କରିବା ଲାଗି କୌଣସି କାର୍ଯ୍ୟ ହେଉନାହିଁ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories