www.samajalive.in
Friday, December 5, 2025
20.1 C
Bhubaneswar

ଖାଇଛନ୍ତି କି ସୁନାର ବର୍ଗର ; ଜାଣନ୍ତୁ ଗୋଟିଏର ମୂଲ୍ୟ କେତେ ?

ଅଧିକାଂଶ ଲୋକେ ଫାଷ୍ଟ ଫୁଡ ପ୍ରେମୀ। ସେମାନଙ୍କୁ ମଧ୍ୟରୁ ଅନେକ ଲୋକଙ୍କୁ ବିଭିନ୍ନ ଫାଷ୍ଟ ଫୁଡ ମଧ୍ୟରୁ ବର୍ଗର ଖୁବ ପସନ୍ଦ। ଆପଣ ୧୦ ରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ବର୍ଗର ଖାଇଥିବେ। ମାତ୍ର କେବେ ୪ହଜାର ୩୦୦ ଟଙ୍କାରେ ଗୋଟିଏ ବର୍ଗର ଖାଇଛନ୍ତି କି ? କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ମଧ୍ୟ ସତ। ମାତ୍ର ସଭିଏଁ ଚିନ୍ତା କରୁଥିବେ ଗୋଟିଏ ବର୍ଗର ମୂଲ୍ୟ ଏତେ ଟଙ୍କା ହେବାର କାରଣ କ’ଣ? ଏହାର ବିଶେଷତ୍ୱ କ’ଣ , ଆପଣଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିଲେ ଜାଣନ୍ତୁ ଏହାର କାରଣ। ଏହି ଦାମୀ ବର୍ଗରଟି ଆମେରିକାର ଏକ ରେସ୍ତୋରାଁରେ ଉପଲବ୍ଧ। ଯାହାର ମୂଲ୍ୟ ୫୯ ଡ଼ଲାର, ଅର୍ଥାତ ଯାହାର ମୂଲ୍ୟ ୪୩୩୦ ଟଙ୍କା। ଏହି ବର୍ଗରର ବିଶେଷତ୍ୱ ହେଉଛି ଏଥିରେ ସୁନାର କାମ ଅର୍ଥତ ସୁନାର ଆସ୍ତରଣ କରାଯାଇଛି। ଏହାକୁ ୨୪ କ୍ୟାରେଟ ବର୍ଗର ନାମ ମଧ୍ୟ ଦିଆଯାଇଛି।
କଲମ୍ବିଆର ଏକ ରେସ୍ତୋରାଁରେ ଏହି ସ୍ୱତନ୍ତ୍ର ବର୍ଗର ବିକ୍ରି କରାଯାଉଛି। ଏହାସହ ମିଳିଥିବା ସୂଚନା ଅନୁଯାୟୀ, କିଛି ସ୍ୱତନ୍ତ୍ର ରେସ୍ତୋରାଁ ରହିଛି ଯେଉଁଠାରେ ଲୋକଙ୍କ ପସନ୍ଦିଆ ଖାଦ୍ୟ ପଦାର୍ଥକୁ କିଛି ସ୍ୱତନ୍ତ୍ର ଖାଦ୍ୟ, ବ୍ୟଞ୍ଜନରେ ପରିଣତ କରାଯାଉଛି। ଯାହା ଗ୍ରାହକଙ୍କୁ ବେଶ ଆକୃଷ୍ଟ କରୁଛି।
ମାତ୍ର କରୋନା ମହାମାରୀ ପାଇଁ ରେସ୍ତୋରାଁ ବନ୍ଦ ରହିଥିବା ସମୟରେ ଲୋକେ ଏକାଠି ହୋଇ ଏଠାକୁ ଆସୁନଥିଲେ ମଧ୍ୟ ହୋମ ଡେଲିଭରି ଦ୍ୱାରା ବର୍ଗରକୁ ଘରକୁ ମଗାଉଥିବାର ଜଣାପଡ଼ିଛି। ଏହି ବର୍ଗରକୁ ପ୍ରସ୍ତୁତ କରିବା ସମୟରେ ଖୁବ ସାବଧାନତା ଅବଲମ୍ବନ କରି ଏହାକୁ ପ୍ରସ୍ତୁତ କରାଯାଏ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories