www.samajalive.in
Friday, December 5, 2025
27.1 C
Bhubaneswar

ଦିଲ୍ଲୀ ଫ୍ୟାସନ ଶୋ’ରେ ପୁରସ୍କୃତ ସବିତା ମହାଙ୍କୁଡ଼ଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ଦିଲ୍ଲୀର ଗ୍ରେଟେର ନୋଡ଼ାଏରେ ଅନୁଷ୍ଠିତ ହୋଇଥିବା ମିସ୍ ଆଣ୍ଡ ମିସେସ୍ କ୍ଲିନ୍ ଅପ୍ ହାର୍ଟସ ଫ୍ୟାସନ ଶୋ’ରେ ବ୍ରହ୍ମପୁର ବ୍ୟାଙ୍କ କଲୋନୀ ତୃତୀୟ ଗଳି ନିବାସୀ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ପତ୍ନୀ ସବିତା ମହାଙ୍କୁଡ଼ ଭାଗ ନେଇ ଦୁଇଟି ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ। ସେ ବ୍ରହ୍ମପୁର ମେଡ଼ିକାଲ ବ୍ୟାଙ୍କ କଲୋନୀ ପଞ୍ଚମ ଗଳି ଟାୱାର ଲାଇନ୍ ସ୍ଥିତ ଜାଗୃତି ଫିଟନେସ ପଏଣ୍ଟରେ ପ୍ରଶିକ୍ଷଣ ନେଉଥିଲେ। ଦିଲ୍ଲୀରୁ ସେ ଫେରିବା ପରେ ବୁଧବାର ସମ୍ବର୍ଦ୍ଧନା ଦିଆଯାଇଥିଲା। ନିର୍ଦ୍ଦେଶିକା ରଶ୍ମିତା ପଣ୍ଡା ତାଙ୍କୁ ପୁଷ୍ପଗୁଛ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ ଏଆଇକ୍ୟୁଟ୍ ଦ୍ଵାରା ମିସ୍ ଆଣ୍ଡ ମିସେସ୍ କ୍ଲିନ୍ ଅପ୍ ହାର୍ଟସ ଫ୍ୟାସନ ଶୋ’ର ତୃତୀୟ ସଂସ୍କରଣ ଡ଼ିସେମ୍ବର ୨୧ ତାରିଖରୁ ଡ଼ିସେମ୍ବର ୨୩ ତାରିଖ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ଦେଶପ୍ରତିଯୋଗୀ ଭାଗ ନେଇଥିଲେ।ଫେସନ ଜରିଆରେ ନିଜର କଳାର ପରିଚୟ ଦେଇଥିଲେ। ଏଥିରେ ସବିତା ଦୁଇଟି କ୍ୟାଟେଗୋରିରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ବିଭିନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ସବିତ ମିସ୍ ବିୟୁଟି ଙ୍ଗସଗ୍ଧଷ ବ୍ରେନ ୨୦୨୦ ଏବଂ କ୍ଲାସିକ୍ ଫିଟ୍ – ୨୦୨୦ ବିବେଚିତ ହୋଇଛନ୍ତି। ସବିତା ଏହି ଅବସରରେ କହିଲେ ଯେ , ଗତବର୍ଷ ମଧ୍ୟ ତାଙ୍କୁ ଏଥିରେ ଭାଗ ନେବା ପାଇଁ ସୁଯୋଗ ମିଳିଥିଲା । କିନ୍ତୁ କୌଣସି କାରଣବଶତଃ ସେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦିଲ୍ଲୀ ଯାଇପାରି ନ ଥିଲେ। କିନ୍ତୁ ଏହିବର୍ଷ ନିଜ ସ୍ବାମୀଙ୍କର ପ୍ରେରଣାରେ ସେ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆରମ୍ଭରୁ ହିଁ ପ୍ରସ୍ତୁତ ଥିଲେ। କୋଚ ଅରୁଣ ମହାରଣଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories