www.samajalive.in
Friday, December 5, 2025
23.1 C
Bhubaneswar

ପୂର୍ବତନ ମନ୍ତ୍ରୀଙ୍କ ଡ୍ରାଇଭର ୨୦୦ କୋଟିର ମାଲିକ !

ଲକ୍ଷ୍ନୌ: ପୂର୍ବତନ ମନ୍ତ୍ରୀଙ୍କ ଡ୍ରାଇଭର ୨୦୦ କୋଟି ଟଙ୍କାର ମାଲିକ। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ପୂର୍ବତନ ମନ୍ତ୍ରୀ ଏବଂ ତାଙ୍କ ଡ୍ରାଇଭରଙ୍କ ଘରେ ଚଢ଼ାଉ କରାଯିବା ସମୟରେ ଏପରି ତଥ୍ୟ ମିଳିଛି। ଉତ୍ତର ପ୍ରଦେଶର ଏହି ପୂର୍ବତନ ମନ୍ତ୍ରୀ ଜଣକ ହେଉଛନ୍ତି ଗାୟତ୍ରୀ ପ୍ରସାଦ ପ୍ରଜାପତି। ବଳାତ୍କାର ସମେତ ଏକାଧିକ ମାମଲାରେ ସେ ଏବେ ଜେଲରେ ଥିବାବେଳେ ବୁଧବାର ସକାଳେ ଇଡି ପକ୍ଷରୁ ଆମେଠିସ୍ଥିତ ତାଙ୍କ ବାସଭବନ ସମେତ ତାଙ୍କ ଡ୍ରାଇଭର ରାମରାଜଙ୍କ ଘରେ ଚଢ଼ାଉ କରାଯାଇଛି।

ଇଡିର ୬ରୁ ଅଧିକ ଅଧିକାରୀ ସ୍ଥାନୀୟ ପୁଲିସ ସହାୟତାରେ ଏହି ଚଢ଼ାଉ କରିଛନ୍ତି। ବୁଧବାର ସକାଳ ୭ଟାରେ ଇଡି ଟିମ୍‌ ଗାୟତ୍ରୀ ପ୍ରଜାପତିଙ୍କ ବାସଭବନ ଏବଂ ତାଙ୍କ ଡ୍ରାଇଭର ରାମରାଜଙ୍କ ଘରେ ଚଢ଼ାଉ କରିଥିଲା। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ମାମଲାରେ ପ୍ରଜାପତିଙ୍କ ବଡ଼ ପୁଅ ମଧ୍ୟ ଜେଲରେ ଅଛନ୍ତି। ପ୍ରଜାପତିଙ୍କ ଡ୍ରାଇଭର ରାମରାଜ ଓରଫ ଛୋଟୁଙ୍କ ପାଖରେ ୨୦୦ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି। ଇଡି ପକ୍ଷରୁ ତାଙ୍କ ଘରେ ସମସ୍ତ କାଗଜପତ୍ର ଯାଞ୍ଚ କରାଯାଉଛି। ଡ୍ରାଇଭରଙ୍କ ଘରେ ବି ଘରୋଇ ସହାୟକ ରହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ପ୍ରଜାପତି ଉତ୍ତରପ୍ରଦେଶ​‌ରେ ସାମଜବାଦୀ ପାର୍ଟି ସକରାରରେ ପରିବହନ ମନ୍ତ୍ରୀ ଥିଲେ। ସେ ଜଣେ ମହିଳାଙ୍କୁ ବଳାତ୍କାର କରିବା ସହିତ ତାଙ୍କ ନାବାଳିକା ଝିଅକୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସେ ଏବେ ଜେଲରେ ଅଛନ୍ତି।

 

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories