www.samajalive.in
Saturday, December 13, 2025
23.1 C
Bhubaneswar

କତ୍ତାର ବ୍ୟବସାୟୀଙ୍କୁ ଭାରତରେ ପୁଞ୍ଜିନିବେଶ ପାଇଁ ବୈଦେଶିକ ମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ :  ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର କତ୍ତାର ଗସ୍ତ ଅବସରରେ ସେଠାକାର ବ୍ୟବସାୟିକ ନେତୃବର୍ଗଙ୍କୁ ଭାରତରେ ଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି। ଡକ୍ଟର ଜୟଶଙ୍କର ଦୁଇଦିନିଆ ଗସ୍ତରେ ଦୋହାରେ ପହଞ୍ଚିବା ପରେ ଭାରତ-କତ୍ତାର ବାଣିଜ୍ୟ ରାଉଣ୍ଡ ଟେବୁଲ ବୈଠକରେ ଭାଗ ନେଇଛନ୍ତି। ବୈଦେଶିକ ମନ୍ତ୍ରୀ ଦୁଇଦେଶ ମଧ୍ୟରେ ରହିଥିବା ବ୍ୟବସାୟିକ ଭାଗିଦାରିତାକୁ ଦୃଢ଼ କରିବା ପାଇଁ କତ୍ତାରର ଅଙ୍ଗୀକାରବଦ୍ଧତାକୁ ପ୍ରଶଂସା କରିଛନ୍ତି। କତ୍ତାର ବ୍ୟବସାୟୀ ଗୋଷ୍ଠୀଙ୍କୁ ଆତ୍ମନିର୍ଭର ଭାରତ ଯୋଜନାରେ ରହିଥିବା ନୂତନ ସୁଯୋଗ ସମ୍ପର୍କରେ ଅବଗତ କରାଇଥିବା ଟ୍ୱିଟ୍‍ କରି
ଜଣାଇଛନ୍ତି। କତ୍ତାର ଶିଳ୍ପ ଏବଂ ଚାମ୍ବର ଅଫ୍‍ କମର୍ସର ଅଧ୍ୟକ୍ଷ ସେଖ୍‍ ଖଶିଫା ଓ କତ୍ତାର ବ୍ୟବସାୟ ସଂଘର ଅଧ୍ୟକ୍ଷ ସେଖ୍‍ ଫୈଜଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କତ୍ତାର ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରି ଭାରତ ଓ କତ୍ତାର ମଧ୍ୟରେ ଥିବା ଐତିହାସିକ ସମ୍ପର୍କ ବିଷୟରେ ଅବଗତ ହୋଇଥିଲେ।
ପୂର୍ବରୁ ଗୁଜୁରାଟ ସହିତ କତ୍ତାରର ବାଣିଜ୍ୟିକ ସମ୍ପର୍କ ରହିଥିଲା ବୋଲି ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ପରେ ସେ ସେଠାରେ ଥିବା ଭାରତୀୟ ସମୁଦାୟଙ୍କ ସହ କୋଭିଡ-୧୯ ସମସ୍ୟାର ମୁକାବିଲା ଦିଗରେ ସେମାନେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। କୋଭିଡ ନାଇଣ୍ଟିନ୍‍ ମୁକାବିଲା କ୍ଷେତ୍ରରେ ସେମାନଙ୍କର ଭୂମିକାର ସେ ପ୍ରଶଂସା କରିଥିଲେ। ଏକ ନୂତନ ଭାରତ ଗଠନ କରିବା ଦିଗରେ ସହଯୋଗ କରିବାକୁ ସେ କତ୍ତାରରେ ଥିବା ଭାରତୀୟମାନଙ୍କୁ ଆହ୍ୱାନ କରିଥିଲେ।
ଏହି ଗସ୍ତ ଅବସରରେ ସେ କତ୍ତାରର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡକ୍ଟର ଜୟଶଙ୍କର ଏହା ପ୍ରଥମ କତ୍ତାର ଗ୍ରସ୍ତ।

Hot this week

କଲକାତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories