www.samajalive.in
Wednesday, December 10, 2025
18.1 C
Bhubaneswar

ସେବା ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୭ ଲକ୍ଷ ନଗଦ, ୨୦ ଲକ୍ଷର ସୁନା ଅଳଙ୍କାର ଜବତ

ବ୍ରହ୍ମପୁର: ବୌଦ୍ଧ ଜିଲା କଣ୍ଟାମାଳ ବ୍ଳକ ଉମା ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ସୋମବାର ସକାଳୁ ଭିଜିଲାନ୍ସ ଚଢଉ ହୋଇଛି । ସନ୍ତୋଷ ଓ ତାଙ୍କ ପୁଅ ନାଁରେ ଥିବା କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଫୁଲବାଣୀସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ସେହି କ୍ରମରେ ଆଜି ସନ୍ତୋଷଙ୍କ କାର୍ୟ୍ୟାଳୟ ସହ ଉମା ଗ୍ରାମରେ ଥିବା ଦୁଇମହଲା କୋଠା ଓ ବାସଭବନରେ ଚଢାଉ କରାଯାଇଥିଲା ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସପି ଅନୀଲ କୁମାର ପାତ୍ର ସୂଚନା ଦେଇଛନ୍ତି । ସନ୍ତୋଷ ଓ ତାଙ୍କ ୨ ପୁଅଙ୍କ ନାଁରେ ମୋଟ ସମ୍ପତ୍ତି ୧ କୋଟି ୯ ଲକ୍ଷ ୪୭ ହଜାର ୪୩୩ ଟଙ୍କା ଠାବ ହୋଇଛି । ଉମା ଗ୍ରାମରେ ଥିବା ୨ଟି କୋଠାର ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

 

- Advertisement -

ସେହିପରି ତାଙ୍କ ଘରୁ ନଗଦ ୭ ଲକ୍ଷ ୨୮ ହଜାର ୯୯୦ ଟଙ୍କା, ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଜମା ହୋଇଥିବା ୩ ଲକ୍ଷ ୫୫ ହଜାର ଟଙ୍କା, ୨ ଲକ୍ଷ ୮୮ ହଜାର ଟଙ୍କାର ଆସବାବପତ୍ର ଠାବ ହୋଇଥିଲା। ତାଙ୍କ ନାଁରେ କଣ୍ଟାମାଳ ତହସିଲ ଅଧିନରେ ଥିବା ୪ଟି ପ୍ଲଟ, ୨ଟି ଟ୍ରାକ୍ଟର, ଏକ ଧାନକଟା ମେସିନ, ମାରୁତି କାର, ବୋଲେରୋ, ବୁଲେଟ ଗାଡି, ସ୍କୁଟି, ୪ଟି ବାଇକକୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଠାବ କରିଥିଲେ। ୧୯୮୪ରେ ସନ୍ତୋଷ ଉମା ସେବା ସମବାୟ ସମିତିରେ ଜଣେ ସେଲସମ୍ୟାନ ଭାବେ ଚାକିରି ଆରମ୍ଭ କରି ବର୍ତ୍ତମାନ ସେଠାରେ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ସମ୍ପତ୍ତିକୁ ନେଇ ଅଧିକ ଖୋଳତାଡ ଜାରି ରହିଛି ବୋଲି ଏସପି ଶ୍ରୀ ପାତ୍ର ଜଣାଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories