www.samajalive.in
Friday, December 12, 2025
15.1 C
Bhubaneswar

ଆସନ୍ତାକାଲି ଦିଲ୍ଲୀ ମେଟ୍ରୋର ଚାଳକ ବିହୀନ ଚଳାଚଳର ଶୁଭାରମ୍ଭ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସୋମବାର ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)ର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ କନ୍‍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ। ଗମନାଗମନ କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଏହି ଚାଳକ ବିହୀନ ଟ୍ରେନ୍‍ଗୁଡ଼ିକ
ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବୋଲି ଜଣାପଡିଛି। ଏହି ଚାଳକବିହୀନ ଟ୍ରେନ୍‍ ଚଳାଚଳ ଦ୍ୱାରା ମାନବସୃଷ୍ଟ ଭୁଲ୍‍ର ମଧ୍ୟ ପରିସମାପ୍ତି  ଘଟିବ।

ସୂଚନା ଅନୁଯାୟୀ,ଜନକପୁରୀ ପଶ୍ଚିମରୁ ନୋଏଡା ବଟାନିକାଲ ଗାର୍ଡେନକୁ ସଂଯୋଗ କରୁଥିବା ୩୭ କିଲୋମିଟର ଦୀର୍ଘ ମାଜେଣ୍ଟା ଲାଇନରେ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଚାଳକ ବିହୀନ ଟ୍ରେନ ସେବାର ପ୍ରଧାନମନ୍ତ୍ରୀ ମୋଦୀ ଶୁଭାରମ୍ଭ କରିବେ। ଆସନ୍ତାବର୍ଷ ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ୍‍ ଲାଇନ୍‍ରେ ଚାଳକ ବିହୀନ ଟ୍ରେନ୍‍ସେବା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ
ହେବ ବୋଲି ଯୋଜନା ରହିଛି।

- Advertisement -

ଏହାଛଡ଼ା ପ୍ରଧାନମନ୍ତ୍ରୀ ଜାତୀୟ ଏକକ ମୋବିଲିଟି କାର୍ଡ ସେବା ମଧ୍ୟ ଶୁଭାରମ୍ଭ କରିବେ। ଏୟାରପୋର୍ଟ ଏକ୍ସପ୍ରେସ୍‍ ଲାଇନ୍‍ ଦ୍ୱାରା ପ୍ରଦତ୍ତ ଏହି ସେବା ଆସନ୍ତା ୨୦୨୨ ସୁଦ୍ଧା ଦିଲ୍ଲୀ ମେଟ୍ରୋର ସମ୍ପୂର୍ଣ୍ଣ ନେଟ୍‍ୱର୍କରେ ଉପଲବ୍ଧ ହେବ ବୋଲି ଜଣାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories