ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ନେବେ କରୋନା ଟୀକା ସ୍ପୁଟନିକ୍-ଭି
ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶରେ ପ୍ରସ୍ତୁତ କରୋନାଟୀକା ସ୍ପୁଟନିକ୍ -ଭି ନେବେ । ପୂର୍ବରୁ ତାଙ୍କର ଝିଅ ଏହି ଟୀକା ନେଇଛନ୍ତି । ରୁଷ ରାଷ୍ଟ୍ରପତି ଭବନ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ ରବିବାର ସରକାରୀ ଭାବରେ ଏହା ଘୋଣୋ କରିଛନ୍ତି
ରୋସିଆ ଟିଭି ଚ୍ୟାନେଲକୁ ଦିମିତ୍ରି ଦେଇଥିବା ସୂଚନା ଅନୁସାରେ ଏ ସମ୍ପର୍କରେ ରାଷ୍ଟ୍ରପତି ନିଷ୍ପତ୍ତି ନେଇ ସାରିଛନ୍ତି ଓ କେବଳ ଔପଚାରିକତା ବାକି ଅଛି ।
ଏହା ପୂର୍ବରୁ ରୁଷ ସରକାର ସ୍ପୁଟନିକ୍ ଭି ଟୀକାର ସ୍ବେଚ୍ଛାକୃତ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରଥମେ ଅସୁରକ୍ଷିତ ବା କରୋନା ସଂକ୍ରମଣ ଆଶଙ୍କା ଥିବା ବର୍ଗ (ସ୍ବାସ୍ଥ୍ୟକର୍ମୀ)ଙ୍କୁ ଟୀକା ଦିଆଯାଇଛି । ଅନ୍ୟପକ୍ଷରେ ମସ୍କୋ ମେୟର ଏସ୍. ସୋବିଆନିନ ପୃଥକ୍ ପରୀକ୍ଷା ପରେ ରୁଷ ସରକାର ବୟସ୍କ ଲୋକମାନଙ୍କୁ ଟୀକା ଦେବା ନିମନ୍ତେ ସୁପାରିସ କରିଛନ୍ତି ।
ସୂଚନାଯୋଗ୍ୟ ଯେ ରୁଷରେ କରୋନା ସଂକ୍ରମଣ ପରେ ରାଷ୍ଟ୍ରପତି ପୁଟିନ୍ ଯଥେଷ୍ଟ ସତର୍କତା ଅବଲମ୍ବନ କରିଛନ୍ତି ଓ ଅଧିକାଂଶ ସରକାରୀ କାର୍ଯ୍ୟକ୍ରମ ଭିଡ଼ିଓ ଯୋଗେ କରିଛନ୍ତି । ସେହିପରି କମ୍ ଯାତ୍ରା ଓ ସଭାସମିତିରେ ମଧ୍ୟ ଯୋଗ ଦେଇଛନ୍ତି । ତାଙ୍କର ଝିଅ ଅଗଷ୍ଟରେ ସ୍ପୁଟନିକ୍ ଭି ଟୀକାର କ୍ଲିନିକାଲ ଟ୍ରାଏଲରେ ଭାଗ ନେଇଥିଲେ ଓ ସେ ଏବେ ସୁସ୍ଥ ଅଛନ୍ତି । ତାଙ୍କଠାରେ କୌଣସି ପାଶ୍ବର୍ର୍ ପ୍ରତିକ୍ରିୟା ଦେଖା ଯାଇ ନାହିଁ ।
Comments are closed.