www.samajalive.in
Saturday, December 13, 2025
21.1 C
Bhubaneswar

ବାକି ରହିଲା ଝିଅର ନିର୍ବନ୍ଧ; ହୃଦଘାତରେ ବାପଙ୍କ ମୃତ୍ୟୁ, ବାଟରୁ ଫେରିଗଲେ ବର

ପାଟଣା: ଝିଅର ନିର୍ବନ୍ଧ ହେବାର ମାତ୍ର କେଇ ମୁହୂର୍ତ୍ତ ପୂର୍ବରୁ ପୁଲିସ ବାପାଙ୍କର ହୃଦଘାତରେ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। କେନ୍ଦୁଝର ପୁଲିସରେ କାର୍ଯ୍ୟରତ ଅବସର ପ୍ରାପ୍ତ ଏଏସଆଇ ରାଜନଗର ଗ୍ରାମର ଦୁଃଖବନ୍ଧୁ ମିଶ୍ର(୬୫)ଙ୍କ ଗେହ୍ଲା ଝିଅ ମାମାର ଆଜି ନିର୍ବନ୍ଧ ହେବାରଥିଲା। ଷଢେ଼ଇକଳାରୁ ବରପକ୍ଷ ରାଜନଗର ବାହାରି ଆସିଥିଲେ। ତେବେ ବରପକ୍ଷ ରାଜନଗର ପହଞ୍ଚିବା ପୂର୍ବରୁ ଅପରାହ୍ନ ୧ଟା ୧୫ରେ ଦୁଖବନ୍ଧୁ ମିଶ୍ରଙ୍କର ହୃଦଘାତରେ ପରଲୋକ ଘଟିଛି। ଏହି ଖବର ବରପକ୍ଷଙ୍କୁ ଜଣାଇ ଦିଆଯିବା ପରେ ସେମାନେ ବାଟରୁ ଷଢେ଼ଇକଳା ଫେରିଯାଇଛନ୍ତି। ଶୋକାକୁଳ ପରିବେଶରେ ଆଜି ଅପରାହ୍ନରେ ବୈତରଣୀ କୂଳରେ ଦୁଃଖବନ୍ଧୁଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories