www.samajalive.in
Monday, December 15, 2025
27.1 C
Bhubaneswar

ଦାୟିତ୍ବସମ୍ପନ୍ନ ହୋଇ ବ୍ୟାଟିଂ କର : ବୁମରା

ମେଲବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟରେ ଶନିବାରରୁ ଆରମ୍ଭ ହୋଇଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୧୯୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି। ପ୍ରଥମଦିନ ଖେଳରେ ଭାରତୀୟ ଦ୍ରୁତ ବୋଲର ବୁମରା ୪ଟି, ମହମ୍ମଦ ସିରାଜ ୨ଟି ୱିକେଟ୍ ହାସଲ କରିଥିବା ବେଳେ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୩ଟି ୱିକେଟ୍ ହାସଲ କରିଥିଲେ। ଭାରତୀୟ ଦଳ ପ୍ରଥମ ଇନିଂସ ବ୍ୟାଟିଂ କରି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍‌ ହରାଇ ୩୬ ରନ୍‌ ସଂଗ୍ରହ କରିଛି। ଇତିମଧ୍ୟରେ ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ଙ୍କୁ ବୁମରା ଦାୟିତ୍ବସମ୍ପନ୍ନ ହୋଇ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଥମଦିନ ଖେଳ ଶେଷ ପରେ ନିଜ ପ୍ରତିକ୍ରିୟାରେ ବୁମରା କହିଥିଲେ ପ୍ରଥମଦିନରେ ଭାରତୀୟ ଦଳର ବୋଲରମାନେ ଉଚ୍ଚକୋଟିର ପ୍ରଦର୍ଶନ କରି ଦଳକୁ ବେଶ୍‌ ମଜଭୁତ୍‌ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି। ଏବେ ବ୍ୟାଟସମ୍ୟାନ୍‌ଙ୍କ ପାଳି। ସେମାନେ ସକରାତ୍ମକ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇବା ସହ ଦାୟିତ୍ବସମ୍ପନ୍ନ ହୋଇ ବ୍ୟାଟିଂ କରିବାକୁ ପଡ଼ିବ। ଏପରି କରିପାରିଲେ ଭାରତୀୟ ଦଳ ନିଶ୍ଚିତ ଭାବେ ଏହି ଟେଷ୍ଟ ମ୍ୟାଚ୍‌ରେ ବିଜୟୀ ହୋଇପାରିବ।
ପ୍ରଥମ ଦିନ ଖେଳର ପ୍ରଥମ ଏକଘଣ୍ଟା ମଧ୍ୟରେ ଭାରତୀୟ ସ୍ପିନରଙ୍କୁ ବୋଲିଂ କରିବାର ସୁଯୋଗ ଦେଇଥିଲେ ଅଧିନାୟକ ରାହାଣେ। ଏ ସଂପର୍କରେ ମତ ଦେଇ ରାହାଣେ କହିଥିଲେ ସକାଳ ସମୟରେ ପିଚ୍‌ରେ କାକର ଥିଲା। ଏହା ସ୍ପିନରଙ୍କୁ ସହାୟତା ଯୋଗାଇବ ବୋଲି ଆଶା କରି ଅଶ୍ବିନ୍‌ ଓ ଜାଡେଜାଙ୍କୁ ବୋଲିଂ କରିବାକୁ କୁହାଯାଇଥିଲା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories