www.samajalive.in
Sunday, December 7, 2025
26.1 C
Bhubaneswar

ବାଙ୍କୀ କଳାକାର ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କଳାପଥର(ବାଙ୍କୀ ): ବାଙ୍କୀ ଉପଖଣ୍ଡ କଳାକାର ସଂଘର ସାଧାରଣ ପରିଷଦ ବୈଠକ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦ କାର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଜିଲ୍ଲା କଳାକାର ସଂଘର ଉପସଭାପତି ଦେବୀଦତ୍ତ ବିଭୂତି ରାୟ ଅଧ୍ୟକ୍ଷତା କରିଥିଲେ। ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ବେଣୁଧର କର-ସଭାପତି, ବିଜୟ କୁଷ୍ଣ ସାହୁ-ଉପସଭାପତି, ଶ୍ରୀନିବାସ ବେହେରା-ସଂପାଦକ, ତ୍ରିବିକ୍ରମ ରାଉତ-ମୁଖ୍ୟ ଉପଦେଷ୍ଟା, ଅନନ୍ତ ରଣା-ମୁଖ୍ୟ ସଂଯୋଜ, ଶଭମ୍‍ ରଥ -ସହ ସଂଯୋଜକ ଭାବରେ ନିର୍ବାଚିତ ହୋଇଛନ୍ତି। କଳାକାରମାନଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ ଓ କଳାକାର ଭତ୍ତା ପ୍ରଦାନ ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ କରାଯାଇଛି। କଳାକାରମାନଙ୍କୁ କୋଭିଡ ନିୟମ ପାଳନ କରି କଳାପରିବେଷଣ ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି। ଏଥିରେ କଟକ ଜିିଲ୍ଲା କଳାକାର ସଂଘ ସଭାପତି ଭାଗୀରଥି ବେହେରା ନିର୍ବାଚନ ପରିଚାଳନା କରିଥିଲେ। କଟକ ଜିଲ୍ଲା ସଂପାଦକ ଆଲୋକ କୁଣ୍ଡୁ ,ରାଜ୍ୟ ସଂଯୋଜକ ଦେବୀପ୍ରସାଦ ଦାସ,କଳାକର ସୁରେନ୍ଦ୍ର ମହାପାତ୍ର, ବିଜୟ ଦିକ୍ଷୀତ୍‍,ପ୍ରଭାକର ରଥ, ବିଜୟ ରାଉତ, ଶଙ୍କର ଦାସ, ବାବୁଲି ରଣା, ବିକ୍ରମ କେଶରୀ ରାଉତରାୟ, ଯଶୋବନ୍ତ ମହାପାତ୍ର, ବିଜୟ ରଞ୍ଜନ ପଣ୍ଡା, ରଞ୍ଜନ ବାରିକ, ପ୍ରଦ୍ୟୁମ୍ନ ରଣା, ସୂର୍ଯ୍ୟମଣି କର, ମନୋଜ ରଣା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସହସଂଯୋଜକ ଶୁଭମ୍‍ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories