www.samajalive.in
Sunday, December 14, 2025
17.1 C
Bhubaneswar

ଥଣ୍ଡା ଆହୁରି ୪ ଦିନ : ଫୁଲବାଣୀ, ଦାରିଙ୍ଗବାଡିରେ ପାରଦ ୬ ଡିଗ୍ରୀ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁଠୁ କମ ତାପମାତ୍ରା ଫୁଲବାଣୀ ଏବଂ ଦାରିଙ୍ଗବାଡି‌େର ୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ତାପମାତ୍ରା ବୃଦ୍ଧି ଯୋଗୁଁ ୭ଟି ସ୍ଥାନର ପାରଦ ୧୦ ଡିଗ୍ରୀ ତଳେ ରହିଛି। ବୌଦ୍ଧ, ଭବାନୀପାଟଣା, କୋରାପୁଟ, ସୁନ୍ଦରଗଡ ଏବଂ ଝାରସୁଗୁଡା ସହର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଆଗାମୀ ୪ଦିନ ପର୍ୟ୍ୟନ୍ତ ରାଜ୍ୟରେ ଥଣ୍ଡା ପ୍ରକୋପ ଜାରି ରହିବ ବୋଲି ସୂଚନା ମିଳିଛି।

ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ପର୍ୟ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଜିଲାଗୁଡିକରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ କମିବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ .୫ରୁ ୧ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇବାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏନେଇ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଉତ୍ତର ଭାରତରୁ ରାଜ୍ୟକୁ ଯେଉଁ ଥଣ୍ଡା ପବନ ବହୁଥିଲା ତାହା ସାମାନ୍ୟ କମିଛି। ଯାହାଫଳରେ ଆଗାମୀ ୩ରୁ ୪ଦିନ ପର୍ୟ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ସପ୍ତାହେ ବ୍ୟାପି ଯେଉଁଭଳି ଶୀତ ଅନୁଭୂତ ହେଉଥିଲା ସାମାନ୍ୟ କମିଛି। ତଥାପି ଆଗାମୀ ୪ଦିନ ଶୀତ ଲହରୀ ଲାଗି ରହିବ। ଆସନ୍ତା ୫ଦିନ ପର୍ୟ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ଭୁବନେଶ୍ବରରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ୧୪ ଏବଂ କଟକରେ ୧୨.୪ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତାକାଲି ଭୁବନେଶ୍ବର ଏବଂ କଟକରେ ପାଗ ଶୁଖିଲା ରହିବା ସହିତ ସକାଳେ କୁହୁଡି ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

- Advertisement -

ଏ  ସଂକ୍ରାନ୍ତରେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହୁଥିବାରୁ ଥଣ୍ଡାର ପ୍ରକୋପ ଜାରି ରହିଛି। ତେବେ ଗୁରୁଚାପ ବଳୟର ସ୍ଥାନ ପରିବର୍ତ୍ତନ ହେତୁ ଆଜି ରାତିରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ କମିଯିବ। ଆସନ୍ତା ତିନିଦିନ ଭିତରେ ଦକ୍ଷିଣ ଓଡ଼ିଶାରେ କ୍ରମଶଃ ସର୍ବନିମ୍ନ ତାପମାତ୍ରା ବଢିବ। ଅନୁମାନ କରାଯାଉଛି ଆଭ୍ୟନ୍ତରୀଣ, ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୨୬ରୁ ୨୮ତାରିଖ ରାତିରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢିବ। ତା’ପରେ ତାପମାତ୍ରା ଅପରିବର୍ତ୍ତିତ ରହି ଜାନୁଆରୀ ୨ରୁ ପୁଣି ପାରଦ ବଢିବ। ଫଳରେ ଥଣ୍ଡା ଆହୁରି କମିବ। ମୟୂରଭଞ୍ଜ ଓ ବାଲେଶ୍ବର ଜିଲାରେ ୨୭ରୁ ୨୯ତାରିଖ ଯାଏଁ ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବଢିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories