www.samajalive.in
Saturday, December 13, 2025
23.1 C
Bhubaneswar

କରୋନା ଛାଟରେ ଉଧେଇ ପାରୁନି ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥା

ଗୁଣପୁର : କରୋନାର ପ୍ରଭାରେ ଦୋହଲି ଯାଇଛି ବିଶ୍ୱର ଅର୍ଥନୌତିକ ବ୍ୟବସ୍ଥା  ସବୁ କ୍ଷେତ୍ରରେ କରୋନା ସାଜିଛି ପ୍ରତିବନ୍ଧକ। କୃଷି କ୍ଷେତ୍ର ଠାରୁ ଆରମ୍ଭ କରି ଶିଳ୍ପ ସଂସ୍ଥା ପର୍ଯ୍ୟନ୍ତ ସବୁଠି କରୋନାର ପ୍ରଭାବ ପଡ଼ିଛି। ଓଡ଼ିଶାର ଶିଳ୍ପ ମାନଚିତ୍ରରେ ରାୟଗଡ଼ା ଜିଲ୍ଲାରେ ରହିଛି ଅନେକ ଶିଳ୍ପ ସଂସ୍ଥା। ଏଠାରେ ଜେକେ କାଗଜ କଳ, ଉତ୍କଳ ଆଲୁମିନା ଭଳି ଅନେକ ବୃହତ ଶିଳ୍ପ ସଂସ୍ଥା ରହିଛି। ସେହିଭଳି ଜିଲ୍ଲାରେ ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥାର ତାଲିକାକୁ ଦେଖାଯାଏ ତାହେଲେ ସରକାରୀ ଭାବେ ୯୫୦ ଉର୍ଦ୍ଧ୍ୱ ସଂସ୍ଥା ରହିଛି । ସେଥିମଧ୍ୟରୁ ଜିଲ୍ଲାରେ ୨୮୭ କ୍ଷୁଦ୍ର ଶିଳ୍ପ ସଂସ୍ଥା ମଧ୍ୟରୁ ମାତ୍ର ୧୯୯ ଶିଳ୍ପ ସଂସ୍ଥା କରୋନା ପରେ କାର୍ଯ୍ୟକ୍ଷମ ହେବାରେ ସକ୍ଷମ ହୋଇଛନ୍ତି। ଏହି ୧୯୯ଟି କ୍ଷୁଦ୍ର ଶିଳ୍ପ ମଧ୍ୟରୁ ୧୨୦ ଟି ଫେବ୍ରିକେସନ ଶିଳ୍ପ ରହିଛି। ସେଥି ମଧ୍ୟରୁ ୫୦ ଭାଗ କାର୍ଯ୍ୟକ୍ଷମରେ ୯୦ ଟି ସଂସ୍ଥା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବର୍ତମାନ ସୁଧା ୩୦ଟି ଶିଳ୍ପ ସଂସ୍ଥା କାର୍ଯ୍ୟ ଆରମ୍ଭ କରିବାରେ ସକ୍ଷମ ହୋଇ ପାରିନାହାଁନ୍ତି।

ସେହିଭଳି ଜିଲ୍ଲାରେ ଥିବା ୧୪ ଟି ବୋର୍ଡ଼଼ ମିଲ ଗତ ମାର୍ଚ୍ଚ ମାସରୁ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପ୍ରତ୍ୟେକ ବୋର୍ଡ଼଼ ମିଲରେ ୩୦ ପରିବାର ହିସାବରେ ଏଠାରେ କାମକରୁଥିବା ୩୦୦ ପରିବାରକୁ ଛଟେଇର ସମ୍ମୁଖିନ ହେବାକୁ ପଡ଼ିଛି  ଫଳରେ ୩୦୦ ପରିବାର କାମଧନ୍ଦା ଅଭାବରୁ ପେଟ ପାଟଣା ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି। ଗୋଟିଏ ପଟେ ଜେକେ କାଗଜ କଳର ବର୍ଯ୍ୟବସ୍ତୁ କାର୍ଡବୋର୍ଡ଼଼ ମିଲର ପାଇଁ ମୁଖ୍ୟ କଞ୍ଚାମାଲ ହୋଇଥିବା ବେଳେ କରୋନା ସମୟରେ ଦରବୃଦ୍ଧି। ଏପଟେ ସରକାରୀ କଟକଣା ଯୋଗୁଁ କୈଣସି ଉତ୍ସବ, ବିବାହ ଭୋଜି, ରାଜନୈତିର କାର୍ଯ୍ୟକ୍ରମ ସହ ସରକାରି ଉସବ ଅନୁଷ୍ଠାନ ବନ୍ଦ ଥିବାଯୋଗୁଁ ଆଉ ବୋଫେ ପ୍ଲେଟ କିମ୍ବା ସାଜସଜା ପାଇଁ କାର୍ଡ଼ ବୋର୍ଡ଼ର ଚାହିଦା ନଥିବାରୁ କାର୍ଡ଼ବୋର୍ଡ଼ ଇଣ୍ଡଷ୍ଟ୍ରୀ ସମ୍ପୁର୍ଣ୍ଣ ବନ୍ଦ ହୋଇ ପଡ଼ିଛି। କେବଳ ସେତିକି ନୁହେଁ ରଥଯାତ୍ରା, ଦଶହରା, ଗଜଲକ୍ଷ୍ମୀ ପୂଜା ଏବଂ କାଳିପୂଜା ଭଳି ସାମୁହିକ ପର୍ବପର୍ବାଣି ବନ୍ଦ ଯୋଗୁଁ ଜିଲ୍ଲାରେ ଥିବା ୧୪ ଟି ଖାଦ୍ୟ ପ୍ରକ୍ରିୟା କରଣ ୟୁନିଟ ମଧ୍ୟରୁ ୪ ଟି ସମ୍ପୁର୍ଣ୍ଣ ବନ୍ଦ ହୋଇପଡ଼ିଥିବା ବେଳେ ବାକି ୧୦ଟି ୟୁନିଟ ୩୫ ପ୍ରତିଶତ କାର୍ଯ୍ୟକ୍ଷମ ରହିଛି। ଜିଲ୍ଲାର ବାଷିକ ୮୦୦ କୋଟି ପ୍ରତ୍ୟକ୍ଷ ଓ ପରୋକ୍ଷ ବ୍ୟବସାୟ କରୁଥିବା କଟନ ଇଣ୍ଡଷ୍ଟିରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ସର୍ବବୃହତ ୧୧ ଟି କଟନ ମିଲ ମଧ୍ୟରୁ ବର୍ତ୍ତମାନ ସୁଧା କାମ ଆରମ୍ଭ କରିପାରିନି ୩ ଟି ମିଲ। ଯେଉଁ ୯ଟି ମିଲ କାମ ଆରମ୍ଭ କରିଛି ସେଗୁଡ଼ିକ ମାତ୍ର ୪୦ ଭାଗ କ୍ଷମତାରେ କାମ କରୁଛନ୍ତି। କରୋନା ଯୋଗୁଁ କୃଷିଭିତ୍ତିକ କଟନ ଶିଳ୍ପରେ ଶମିକ ଅଭାବ ଉତ୍ପାଦନରେ ଘୋର ଅନ୍ତରାୟ ସୃଷ୍ଟି କରିଛି। ଏସବୁ ମଧ୍ୟରେ ଦାଉସାଧିଛି ବ୍ୟାଙ୍କ ଇଏମଆଇ ସାଙ୍ଗକୁ ବିଦ୍ୟୁତ ଦର ବୋଲି ଅଭିଯୋଗ କରିଛନ୍ତି କ୍ଷୁଦ୍ର ଶିଳ୍ପ ସଂସ୍ଥାର ମାଲିକ। ଏଭଳି ଯଦି ଲାଗି ରହେ ତେବେ ଆଗକୁ ଆହୁରି ଅନେକ ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥା ବନ୍ଧ ହୋଇଯିବ ଏଥିରେ ସନ୍ଦେହ ନାହିଁ ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories