www.samajalive.in
Saturday, December 13, 2025
23.1 C
Bhubaneswar

୨୧ ବର୍ଷରେ ମେୟର: ଥିରୁବନନ୍ତପୁରମ୍ ମେୟର ପଦ ଲାଗି କଲେଜ ଛାତ୍ରୀ ଆର୍ଯ୍ୟା ରାଜେନ୍ଦ୍ରନଙ୍କ ନାମ ଚୂଡ଼ାନ୍ତ

ଥିରୁବନନ୍ତପୁରମ୍:  ୮ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ କେରଳ ରାଜଧାନୀ ଥିରୁବନନ୍ତପୁରମର ମେୟର ହେବେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରୀ । ଯଦି ଦଳର ରାଜ୍ୟ କମିଟି ଜିଲା କମିଟି ପ୍ରସ୍ତାବକୁ ଅନୁମୋଦନ କରେ ତେବେ ଏହି ଯୁବତୀ ଦେଶର ସର୍ବକନିଷ୍ଠ ମେୟର ଭାବରେ ନିର୍ବାଚିତ ହେବେ । ଶୁକ୍ରବାର ସିପିଏମ୍ ଜିଲା ସଚିବ ଏକ ବୈଠକରେ ତାଙ୍କ ନାମକୁ ମେୟର ପଦ ଲାଗି ସୁପାରିସ କରିଛନ୍ତି । ଏହି ଯୁବତୀଙ୍କ ନାମ ହେଲା ଆର୍ଯ୍ୟା ରାଜେନ୍ଦ୍ରନ ।

- Advertisement -

ଆର୍ଯ୍ୟା ସମ୍ପ୍ରତି ଥିରୁବନନ୍ତପୁରମର ଅଲ୍ ସେଣ୍ଟ କଲେଜରେ ଗଣିତରେ ସ୍ନାତକ ପାଠ୍ୟକ୍ରମ କରୁଛନ୍ତି । ସେ ଛାତ୍ର ରାଜନୀତିରେ ସକ୍ରିୟ ଅଛନତି ଓ ଏସଏଫଆଇର ରାଜ୍ୟ କମିଟି ସଦସ୍ୟ ରହିଛନ୍ତି । ସେହିପରି ସିପିଏମର ଶିଶୁ ଶାଖା ବାଲା ସାଙ୍ଗାମର ରାଜ୍ୟ ସଭାପତି ମଧ୍ୟ ରହିଛନ୍ତି । ସିପିଏମ୍ ବାମପନ୍ଥୀ ଡ଼େମୋକ୍ରାଟିକ ଫ୍ରଣ୍ଟ କ୍ରମାଗତ ଦ୍ବିତୀୟ ଥର ପାଇଁ ଥିରୁବନନ୍ତପୁରମରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ପ୍ରାୟ ୮ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ଏହି ସହରର ୧୦୦ଟି ୱାର୍ଡ଼ରୁ ବାମପନ୍ଥୀ ମେଣ୍ଟ ୫୧ଟି ଆସନରେ ବିଜୟୀ ହୋଇଛି ।

ଅନ୍ୟପକ୍ଷରେ ଆର୍ଯ୍ୟା କହିଛନ୍ତି ଯେ ମୁଁ ବର୍ତମାନ କାଉନସିଲର ଭାବରେ ନିର୍ବାଚିତ ହୋଇଛି । ଦଳ ମୋତେ ଯେଉଁ ଦାୟିତ୍ବ ଦେବ ତାହା ନିଷ୍ଠାର ସହ କରିବାକୁ ଚେଷ୍ଟା କରିବି । ନୂତନ ଭୂମିକା ସହ ଅଧ୍ୟୟନ ମଧ୍ୟ ଜାରି ରଖିବି ।

କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟ ଓ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ.ଶୈଳଜାଙ୍କୁ ସେ ନିଜର ଆଦର୍ଶ ବୋଲି ମାନନ୍ତି ଏବଂ ତାଙ୍କଦ୍ବାରା ପ୍ରଭାବିତ ହୋଇଥିବା କହିଛନ୍ତି ଆର୍ଯ୍ୟା ରାଜେନ୍ଦ୍ରନ ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories