www.samajalive.in
Saturday, December 13, 2025
26.1 C
Bhubaneswar

ଜନ୍ମଦିନ ବିଶେଷ: ଅଭିନେତ୍ରୀ ହେବା ପୂର୍ବରୁ ଥିଲେ ସଫ୍ଟୱେର୍‍ ଇଞ୍ଜିନିୟର

ମୁମ୍ବଇ : ବବ୍‍ଲି ଗାର୍ଲ ଭାବେ ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁଙ୍କର ଆଜି ଜନ୍ମଦିନ। ୧୯୮୭ ମସିହା ଅଗଷ୍ଟ ୧ ତାରିଖରେ ଦିଲ୍ଲୀର ଏକ ଶିଖ୍‍ ପରିବାରରେ ତାପସୀ ଜନ୍ମ ନେଇଥିଲେ। ତେବେ ଆଜିର ଏହି ଶୁଭ ଦିନରେ ଚାଲନ୍ତୁ ଜାଣିବା ତାଙ୍କ ଜୀବନର କିଛି ଜଣା ଓ ଅଜଣା କଥା।
ତାପସୀଙ୍କ ପିତା ଦିଲମୋହନ ସିଂହ ଜଣେ ବ୍ୟବସାୟୀ ହୋଇଥିବା ବେଳେ ମାଆ ନିର୍ମଳଜିତ୍‍ ପନ୍ନୁ ଜଣେ ଗୃହିଣୀ। ୮ ବର୍ଷ ବୟସରୁ ତାପସୀ କଥକ ଓ ଭାରତନାଟ୍ୟମ୍‍ ଶିଖିବା ଆରମ୍ଭ କରିଥିଲେ ଓ ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ସେ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ। ଦିଲ୍ଲୀର ଏକ ପବ୍ଲିକ୍‍ ସ୍କୁଲ୍‍ରୁ ତାପସୀ ପାଠପଢା ଆରମ୍ଭ କରିଥିଲେ। ପାଠପଢା ସହ ତାଙ୍କର କ୍ରୀଡ଼ା ଓ ବିଭିନ୍ନ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ରୁଚି ରହିଥିଲା। ସ୍କୁଲ୍‍ ପଢା ସାରି ତାପସୀ ଗୁରୁ ତେଗ ବାହାଦୁର୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜିରେ ଇଞ୍ଜିନିୟରିଂ ପଢିଥିଲେ। ଇଞ୍ଜିନିୟରିଂ ସରିବା ପରେ ସେ ଏମ୍‍ବିଏ କରିବାକୁ ଚାହୁଁଥିଲେ। ହେଲେ ତାଙ୍କୁ ନିଜ ପସନ୍ଦର କଲେଜ୍‍ ମିଳି ନଥିଲା। ତା’ପରେ ସେ ସଫ୍ଟୱେର୍‍ ଇଞ୍ଜିନିୟର ଭାବେ ଚାକିରି କରିଥିଲେ। ତାପସୀ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଚାକିରି କରିଥିଲେ।
ତା’ପରେ ତାପସୀ ପାଦ ଥାପି ଥିଲେ ମଡ଼େଲିଂ ଦୁନିଆରେ। ସେ ‘ଗେଟ୍‍ ଗର୍‍ଜିଅସ୍‍ ପିଜାଣ୍ଟ୍‍’ ଶୋ’ରେ ଆବେଦନ କରିଥିଲେ ଓ ମନୋନୀତ ମଧ୍ୟ ହୋଇଥିଲେ। ମଡ଼େଲିଂ କରିବା ପରେ ତାଙ୍କୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ତରଫରୁ ବହୁ ଅଫର୍‍ ଆସିବାକୁ ଲାଗିଥିଲା। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ଝୁମ୍ମାଣ୍ଡି ନାଦମ୍‍’ ୨୦୧୦ ରେ ମୁକ୍ତିଲାଭ କରିଥିଲା। ତାପସୀ ୨୦୧୩ ରେ ‘ଚଷ୍‍ମେ ବଦୁର୍‍’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ଼୍‍ରେ ପାଦ ଥାପି ଥିଲେ। ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍‍ରେ କମାଲ୍‍ ଦେଖାଇ ପାରି ନଥିଲେ ମଧ୍ୟ ଏହାଦ୍ୱାରା ତାପସୀ ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷଣ କରିଥିଲେ। ନିର୍ଦ୍ଦେଶକ ସୁଜିତ ସରକାରଙ୍କ ଚଳଚ୍ଚିତ୍ର ‘ପିଙ୍କ୍‍’ ମାଧ୍ୟମରେ ତାପସୀ ଅଧିକ ଖ୍ୟାତି ଅର୍ଜନ କରି ପାରିଥିଲେ। ଏଥିରେ ତାଙ୍କ ଅଭିନୟକୁ ଦର୍ଶକଙ୍କ ସମେତ ସମାଲୋଚକ ମାନେ ମଧ୍ୟ ଖୁବ୍‍ ପସନ୍ଦ କରିଥିଲେ। ଏହି ଚଳଚ୍ଚିତ୍ର ପରେ ତାପସୀଙ୍କ ଆଗରେ ଚଳଚ୍ଚିତ୍ରର ଲମ୍ବା ଧାଡ଼ି ଲାଗିଗଲା।
‘ବେବି’, ‘ନାମ୍‍ ସବାନା’, ‘ଜୁଡ଼୍‍ୱା ୨’, ‘ସୁର୍‍ମା’, ‘ଦ ଗାଜି ଆଟାକ୍‍’ ଆଦି ତାପସୀ ପନ୍ନୁଙ୍କର ମୁଖ୍ୟ ଚଳଚ୍ଚିତ୍ର। ତାଙ୍କୁ ଋଷି କପୁରଙ୍କ ସହ ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ମୁଲ୍କ’ଚଳଚ୍ଚିତ୍ର ରେ ଦେଖିବାକୁ ମିଳିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories