www.samajalive.in
Sunday, December 7, 2025
26.1 C
Bhubaneswar

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ବଳାତ୍କାର କଲେ ପୁଲିସ ଅଧିକାରୀ

ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ଥାନାକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ସେଠାରେ ବଳାତ୍କାରର ଶିକାର ହୋଇଛନ୍ତି। ଜଣେ ପୁଲିସ ଅଧିକାରୀ ପୀଡ଼ିତାଙ୍କୁ ନିଜ ପ୍ରକୋଷ୍ଠରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଶାହାଜହାନପୁର ଅନ୍ତର୍ଗତ ଜଲାଲାବାଦ ଥାନାରେ।

ଏ ସମ୍ପର୍କରେ ପୀଡ଼ିତା ଅତିରିକ୍ତ ପୁଲିସ ମହାନିର୍ଦେଶକ (ଏଡିଜି) ଅବିନାଶ ଚନ୍ଦ୍ରଙ୍କ ନିକଟରେ ଅଭିଯୋଗ କରିବା ପରେ ଏଡିଜି ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେଇଛନ୍ତି।

- Advertisement -

ସୂଚନା ଅନୁସାରେ, ଜଲାଲାବାଦ ଥାନା ଅଞ୍ଚଳର ୩୫ ବର୍ଷୀୟା ମହିଳା ଅଭିଯୋଗ କରିଛନ୍ତି ଯେ, ସେ ଗତ ନଭେମ୍ବର ୩୦ରେ ଚାଲି ଚାଲି ମଦନପୁର ଯାଉଥିଲେ। ବାଟରେ ଏକ କାରରେ ଯାଉଥିବା ୫ ଯୁବକ ତାଙ୍କୁ ଜବରଦସ୍ତ ସେଠାରୁ ଉଠାଇ ନେଇଥିଲେ। ତାଙ୍କୁ ନିକଟରେ ଥିବା ଏକ କ୍ଷେତକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ।

ଏ ନେଇ ସେ ଅଭିଯୋଗ କରିବା ଲାଗି ଜଲାଲାବାଦ ଥାନାକୁ ଯାଇଥିଲେ। ଥାନାରେ ଉପସ୍ଥିତ ଜଣେ ପୁଲିସ ଅଧିକାରୀ ତାଙ୍କୁ ନିଜ ପ୍ରକୋଷ୍ଠକୁ ଡକାଇଥିଲେ। ପରେ ଉକ୍ତ ପ୍ରକୋଷ୍ଠରେ ପୁଲିସ ଅଧିକାରୀ ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏଡିଜି ଏହି ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ଏସଡିପିଓଙ୍କୁ ନିର୍ଦେଶ ଦେଇଛନ୍ତି। ଏସଡିପିଓ ବ୍ରହ୍ମପାଲ ସିଂହ କହିଛନ୍ତି, ସେ ନିଜେ ଏହାର ତଦନ୍ତ କରୁଛନ୍ତି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories