www.samajalive.in
Saturday, December 6, 2025
16.1 C
Bhubaneswar

ରାଉରକେଲାର ନୟାବଜ଼ାର ନିକଟସ୍ଥ ରହମତ ବସ୍ତି ନିକଟରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲାର ନୟାବଜ଼ାର ନିକଟସ୍ଥ ରହମତ ବସ୍ତି ନିକଟରେ ଅଗ୍ନିକାଣ୍ଡ ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ନୟାବଜ଼ାର ଏଠାରେ ଜମା ହୋଇଥିବା ପୁରୁଣା ଟାଇଆର ଓ ସ୍କ୍ରକ୍ଷପରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଏହାସହ ପୁଲିସ ଓ ଅଗ୍ନିଶମ କର୍ମଚାରୀ ସଠିକ ସମୟରେ ପହଞ୍ଚିବାରୁ ବସ୍ତିର ପ୍ରାୟ ୩୦୦ ଘର ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯିବା ସହ ଏକ ବଡ଼ଧରଣରୁ ବିପଦରୁ ରକ୍ଷା ପାଇଛନ୍ତି।

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories