ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା ଅନୁଭବ ହୋଇଛି। ଶୁକ୍ରବାର ସକାଳ ୫ଟା୨ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୨.୩ ରେକର୍ଡ଼ କରାଯାଇଛି। ଦିଲ୍ଲୀରେ ୧୦ ଦିନ ମଧ୍ୟରେ ୨ୟ ଥର ଭୂକମ୍ପ ଝଟକା ଅନୁଭବ ହୋଇଛି।
ଏହାପୂର୍ବରୁ ୧୭ ଡିସେମ୍ବରରେ ରାଜସ୍ଥାନର ଅଲବରରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା, ଯାହାର ତିବ୍ରତା ରିକ୍ଟର ସ୍କେଲରେ ୪.୨ ରେକର୍ଡ଼ କରାଯାଇଥିଲା। ଏହାର ପ୍ରଭାବ ଦିଲ୍ଲୀର ଏନସିଆରରେ ମଧ୍ୟ ଅନୁଭବ ହୋଇଥିଲା। ଏହି ମାସର ଆରମ୍ଭରେ ଦିଲ୍ଲୀ ଏନସିଆରରେ ଅନୁଭବ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ଗାଜିଆବାଦ ଥିଲା। ୨ ଡିସେମ୍ବରରେ ଅନୁଭବ ହୋଇଥିବା ଭୂକମ୍ପର ତିବ୍ରତା ୨.୭ ରେକର୍ଡ଼ କରାଯାଇଥିଲା।
ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା
Popular Categories



