www.samajalive.in
Monday, December 8, 2025
24.1 C
Bhubaneswar

ଡମପଡ଼ା ବ୍ଲକକୁ ଭିଜିଲାନ୍ସ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ମୁଖ୍ୟ ସଚେତକ ତାରା

ବାଙ୍କୀ(ଡମପଡ଼ା): ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବାଙ୍କ-ଡମପଡ଼ା ବ୍ଲକକୁ ଭିଜିଲାନ୍ସ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି।

- Advertisement -

ଡମପଡ଼ା ବ୍ଲକରେ ଇନ୍ଦିରା ଆବାସ , ମୋ କୁଡିଆ, ବିଜୁ ପକ୍କା ଘର ଆଦି ଯୋଜନାରେ ବହୁ ର୍ଦୁର୍ନୀତି ହୋଇଥିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି। ସୂଚନା ଥାଉକି ଡମପଡ଼ା ବ୍ଲକ ଅଧିନ ଢଁସର ପଂଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଗତ କିଛି ଦିନ ତଳେ ସୂଚନା ଅଧିକାର କର୍ମୀ ନକୁଳ ପ୍ରଧାନ ଅନସନରେ ବସିଥିଲେ। ନକୁଳଙ୍କ ଅନସନକୁ ସମର୍ଥନ ଜଣାଇ ତାରାପ୍ରସାଦ ବାହିନୀ ପତି ବାଙ୍କୀ ଡମପଡ଼ା ବ୍ଲକପରିସରରେ ପହଞ୍ଚି ବ୍ଲକ ପ୍ରଶାସନର କାର୍ଯ୍ୟକୁ ନିନ୍ଦା କରିଥିଲେ। ଗତକାଲି ତାରା ପ୍ରସାଦ ବାହିନୀ ପତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ନମ୍ବର ୬୯୦/ଭୁବନେଶ୍ୱରରେ ପତ୍ରଲେଖି ପଂଚାୟତରାଜ ବିଭାଗକୁ ସ୍ୱଚ୍ଛ ଓ ନର୍ମଳ କରିବା ସହିତ ଡମପଡ଼ା ବ୍ଲକ ଅଧିନରେ ଥିବା ବିଭିନ୍ନ ପଞ୍ଚାୟତରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନେ ପିିସି କାରବାର କରି ଅସାଧୁ ଉପାୟରେ ସରକାରୀ ଯୋଜନା ହାତୋଉଥିବା ଉଲ୍ଲେଖ କରିଛନ୍ତି। ଯାହା ଫଳରେ ପଞ୍ଚାୟତରାଜ ବିଭାଗ ପ୍ରକୃତ ଉଦ୍ଦେଶ୍ୟରୁ ବିଫଳ ହେଉଥିବା ପତ୍ରରେ ଲେଖାଯାଇଛି। ଯେହେତୁ ରାଜ୍ୟ ସରକାର ସ୍ୱଚ୍ଛ ନିର୍ମଳ ଶାସନ ଯୋଗାଇ ଦିଆଯାଉଥିବା ପ୍ରକାଶ କରୁଛନ୍ତି ସେଥିପାଇଁ ଡମପଡ଼ା ବ୍ଲକୁ ଦୁର୍ନୀତି ମୁକ୍ତ କରିବା ପାଇଁ ବ୍ଲକର ଭିଜିଲାନ୍ସ ତଦନ୍ତ କରିବା ସହିତ ଅସାଧୁ ବ୍ୟକ୍ତି ଏବଂ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ରଖିଛନ୍ତି। ନଚେତ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories